STORYMIRROR

Pratima Panda

Abstract

3  

Pratima Panda

Abstract

ତୁ,ମୁଁ ଆଉ ସେ

ତୁ,ମୁଁ ଆଉ ସେ

1 min
217

ମୋର ବି ଇଛ୍ଛା ହୁଏ

ବେଳେ ବେଳେ ତୋ ପରି ହେବାକୁ

ଦିନ ଯାକର ଦୁଃଖ,କ୍ଳାନ୍ତିକୁ

ନଈପାଣିରେ ମନଭରି

ପହଁରି ପହଁରି ଧୋଇଦେବାକୁ

ହେଲେ କୋଉ ପାରେ ଯେ??

ତୁ ଗଲା ପରେ ବି ତ 

ମୁଁ ଆଗାମୀ ଦିନର ଦିନଚର୍ଯ୍ୟାର

ସାରଣୀ ସଜାଡୁଥାଏ 

ଆଉ କେତେବେଳେ

ସହଜ ସାକାର ଦିନଟିଏ ପାଇଁ

ସମୀକରଣର ସରଳ ସୂତ୍ର ଖୋଜୁଥାଏ 

ତୋ ଆଗମନରେ ଶକ୍ତି ସଂଚରିଯାଏ

ମୋ ଧମନୀରେ

ଚଳଚଞ୍ଚଳ ହୋଇ ଉଠେ

ମୋ ପୃଥିବୀ

ସବୁକିଛି ଭୁଲିଯାଏ

ତୋ ଅରୁଣିମା ଦେଖି

କିନ୍ତୁ ତତେ ବିଦାୟ ଦେବାବେଳେ

ହଠାତ୍ ମନେ ପଡିଯାଏ

ତୋ ଆଉ ମୋ କଥା ଭାବି

ଚହଳା ପାଣିରେ କବିତା ଲେଖୁଥିବା

ମୋ ପୃଥିବୀର ଆରପଟେ ଥିବା

କ୍ଳାନ୍ତ ଝିଅଟି

ସତରେ କଣ ବା ଫରକ୍ ଯେ

ତୋର,ତା ଆଉ ମୋ ଭିତରେ ???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract