STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Action

3  

ପ୍ରିୟଦର୍ଶିନୀ ମହାନ୍ତି

Action

ଉଦ୍ଧତ ଝିଅ

ଉଦ୍ଧତ ଝିଅ

1 min
261


ଏବେ ତୁମେ କହିବ

କେଡେ ଉଦ୍ଧତ ଝିଅଟା ସତେ!

ନା ଶାଳୀନତା

ନା ସହନଶୀଳତା ଜଣା ଅଛି,

ଜବାବ ଉପରେ ସୁଆଲ

ଉତ୍ତରର ପ୍ରତିଉତ୍ତର ଦେବାରେ 

କୁଣ୍ଠାବୋଧ କରୁନାହିଁ,


ତେବେ କହି ରଖୁଛି

ଶୁଣିନିଅ

ହଁ ମୁଁ ଝିଅ

କୋଉଠି ଉଦ୍ଧତ

କୋଉଠି ଉଦାରତା

ହେବାକୁ ପଡିବ

ସେଇଟା ତ ବିପରୀତ ଲୋକର

ଆଚରଣ ଆଉ ଉଚ୍ଚାରଣ 

ଉପରେ ନିର୍ଭର କରେ।


ବେଶ! ତୁମେ ହୋଇପାର

ବରିଷ୍ଠ, ବିଶିଷ୍ଟ ସର୍ବଶ୍ରେଷ୍ଠ

କିନ୍ତୁ କନିଷ୍ଠଙ୍କର ଯେ 

ମୁହଁରେ ଲଗାମ ଦେବ

ପକ୍ଷ ରଖିଲେ 

ପକ୍ଷ କାଟିବ

ଏ କେତେ ଦୂର ଯୁକ୍ତି ଯୁକ୍ତ

ଏବେ ମୁଁ କହିବି

ଶୁଣିବାର ସତ ସାହାସ ନଥାଇ

କହିବାର ଦୁଃସାହସ କେତେ ଦୂର ପକ୍ଷଭୁକ୍ତ ।


ଯଦି ସତ ପାଇଁ ଦୁଇ ପଦ

ନିଜ ସ୍ୱାଭିମାନ,ଅସୁଲ ପାଇଁ କେଇ ପଦ

କହିବାକୁ ଯାଇ

ସମ୍ପର୍କର ହୋମ ନିଆଁରେ 

ପୂର୍ଣାହୁତି ଦେବାକୁ ପଡେ

ତେବେ ମଧ୍ୟ ଅବଶୋଷ ନାହିଁ,

ହଁ,ଏବେ ତୁମେ କହିବ

କେଡେ ଉଦ୍ଧତ ଝିଅଟା ସତେ


ଏତେ ସବୁ ପରେ ବି

ମୋ ହକ୍ ର ମଣିଷ ମାନଙ୍କ ପାଖରେ

ମୁଁ ସର୍ବଦା ନତମସ୍ତକ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action