STORYMIRROR

Gangotri Priyadarshini

Abstract Action Inspirational

3  

Gangotri Priyadarshini

Abstract Action Inspirational

ମୁଁ ଈଶ୍ୱର କହୁଛି

ମୁଁ ଈଶ୍ୱର କହୁଛି

1 min
185


ମୁଁ ଈଶ୍ୱର କହୁଛି,

ଖୋଜିବନି ଅାଉ ମୋତେ

ମନ୍ଦିରେ କି ଗିର୍ଜା ରେ

ମଠରେ କି ମସଜିଦ ରେ

ଧର୍ମ ନାମରେ ରକ୍ତାକ୍ତ କରି ପାରିବନି ମୋତେ

ମୁଁ ମୋ ଇଚ୍ଛାର ମାଲିକ

ମୁଁ ଆଜିକାଲି ଶାନ୍ତିରେ ଅଛି

ନିଷ୍କପଟ ହୃଦୟରେ ।।


      ମୁଁ ଏବେ ଚାରିଆଡେ ଘୁରି ବୁଲୁଛି,

      ଆକୁଳ ପ୍ରାର୍ଥନାରେ

      ଭକତ ଭକ୍ତିରେ

      ମଣିଷର ସମବେଦନା ରେ

      ମାନବ ସେବା ର ବିଶ୍ୱାସ ରେ

      କୋଟି କୋଟି ନିଶ୍ବାସ ରେ ।।


ମାେ ଅସ୍ତିତ୍ବ କୁ ,

ତରବାରୀ କରି ଲଢ଼ିବା ଅନାବଶ୍ୟକ

ମୁଁ ମୋ ଇଚ୍ଛାରେ 

ତୁମ ସ୍ଥିତି ପରଖିବି

ଏ ସଂସାର କୁ ନର୍କଗାମି ହେବାକୁ ଦେବିନି

ସୂର୍ଯ୍ୟ ଚନ୍ଦ୍ର ତାରା ସମସ୍ତ ସୃଷ୍ଟି

ମୋର ସୃଜନୀ ବୋଲି ଯେମିତି ନ ଭୁଲ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract