STORYMIRROR

Trushna Das

Abstract Action Inspirational

3  

Trushna Das

Abstract Action Inspirational

ସଂଘର୍ଷ

ସଂଘର୍ଷ

1 min
307

ସଂଘର୍ଷ କରି ଚାଳ 

ବିପଦକୁ ଦେଖି ନ ଡରି ଆଗକୁ ବଢ

କଷ୍ଟ କଲେ ମିଳନ୍ତି କୃଷ୍ଣ

ଶୋଇ ରହିଲେ ମିଳେ ଦୁଃଖ। 


ଜୀବନର ନାମ ତ ସଂଘର୍ଷ

ବିନା ସଂଘର୍ଷରେ କି ପାଇବ ଫଳ

ଖାଇବାକୁ ଫଳ 

ଚଢିବାକୁ ପଡେ ଯେ ଗଛ

ଚେଷ୍ଟା ନ କଲେ

ଏକା ଥିବ ତୁମେ ତଳେ

ବାକି ସବୁ ଥିବେ ତୁମ ଉପରେ। 


ସଂଘର୍ଷ କରି ଚାଳ 

ହୋଇବ ଭବିଷ୍ୟତ ଉଜ୍ଜଳ 

ସୁନା କରି ଥାଏ ଚକ୍ ଚକ୍ 

କଷଟି ପଥରରେ ତାକୁ ବାରମ୍ବାର କଲେ ଘର୍ଷଣ।


ସଂଘର୍ଷ କରି ଚାଳ 

ହୋଇ ବ ନିଶ୍ଚୟ ସଫଳ

ହୀରା ବି ମିଳେ କୋଇଲା ଖଣିରୁ 

କେତେ କଷ୍ଟ କରି ଖୋଦନ କଲେ ଖଣି

ତୁମେ ହୋଇବ ସଫଳ ପୁଣି

ସଂଘର୍ଷ କରି ଜୀବନ ଯୁଦ୍ଧ ପାରିଲେ ଜିଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract