Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Abstract Romance Action

4.0  

Amit Bal

Abstract Romance Action

ମାୟା ଦର୍ପଣ

ମାୟା ଦର୍ପଣ

1 min
270


ମଧୁଝରା ଜୋଛନା ରାତିର କଥା

        ଭଲ ଲାଗୁଥିଲା ମୋତେ

               ସିନେମାର କାହାଣୀ ପରି , 

ଯେବେ ବୈଶାଖର ନିଛାଟିଆ ଦ୍ବିପ୍ରହରେ

        ହୃଦୟର ଦୁର୍ବାର ଆକାଂକ୍ଷାକୁ

        ବଖାଣୁ ଥିଲା ସେ ମନରେ ଉତ୍ସାହ ଭରି .....


ପ୍ରେମରେ ଆଲିଙ୍ଗନ ଚୁମ୍ବନ ସତେକି 

   କେଉଁ ଏକ ଯାଦୁକରୀ ଦର୍ପଣର ଅନନ୍ତ ମାୟା ,

ନିକାଞ୍ଚନ ଶୂନ୍ୟତା ଭିତରେ ରହି ରହି

   ରଙ୍ଗୀନ ଆବେଶରେ ଅସୁମାରୀ ଶୀତଳ ଛାୟା ,


କିଛିଟା ଭୟ ମିଶା ସ୍ବର୍ଗୀୟ ଆନନ୍ଦ

   ଯେଉଁଠି ମଳୟ ବୋହୁ ଥାଏ ହୋଇ ମନ୍ଦ ମନ୍ଦ ,


ମଣିଷ ହଜି ଯାଏ ସେଇଠି

               ପ୍ରେମର କୁହୁକ ମାୟାରେ

ଯେଉଁଠି ହଜୁଥିଲି ମୁଁ ବି ସେଦିନ

            ତା' ପ୍ରେମର ଅଦ୍ଭୁତ ମୋହରେ .......।

            

    

          


Rate this content
Log in

Similar oriya poem from Abstract