ଜୀବନ କିଏ
ଜୀବନ କିଏ
ଜୀବନ ନାଁରେ କେତେ ଯେ ନାଟ ।।
ଗରିବ ମରଇ
ଧନୀ ମରୁଥାଇ
ବୁଝି ନପାରି ଏ ସଂସାର ହାଟ ।।
ଜୀବନ ବିଚାରା
ଡହଳ ବିକଳ
ନିଜେ ସେ ନଜାଣେ ନିର୍ଜୀବ ଜୀବ ।।
କାହାକୁ କେମିତି
ଆଗକୁ ନେବ
କାହା ମନ ଜାଣି ଅଭିନୟ କରିବ ।।
ଦୁଃଖରେ ସୁଖରେ
ଭଲରେ ଭେଲରେ
ସଂସାର ରଥକୁ ଭିଡ଼ି ଧରିବ ।।
କେହି ବୁଝିଛ କି
ଜୀବନ କିଏ
ସବୁ ଲୀଳା ଖେଳା ତା ଲାଗି ହୁଏ ।।
ଜନ୍ମରୁ ମରଣ
ନିଶ୍ବାସ ହିଁ ଜାଣ
ଜୀବନ ତା ନାଆଁ ଅବୁଝା କିଏ ।।
ନାଟ ତାମସା
ଯେତେ ବେଉସା
ତନଖି ତନଖି ଶେଷ ଯେ ହୁଏ ।।
