STORYMIRROR

Gangotri Priyadarshini

Abstract Action Inspirational

3  

Gangotri Priyadarshini

Abstract Action Inspirational

ଜୀବନ କିଏ

ଜୀବନ କିଏ

1 min
190


ଜୀବନ ନାଁରେ କେତେ ଯେ ନାଟ ।।

ଗରିବ ମରଇ

ଧନୀ ମରୁଥାଇ

ବୁଝି ନପାରି ଏ ସଂସାର ହାଟ ।।

ଜୀବନ ବିଚାରା 

ଡହଳ ବିକଳ

ନିଜେ ସେ ନଜାଣେ ନିର୍ଜୀବ ଜୀବ ।।

କାହାକୁ କେମିତି

ଆଗକୁ ନେବ

କାହା ମନ ଜାଣି ଅଭିନୟ କରିବ ।।

ଦୁଃଖରେ ସୁଖରେ

ଭଲରେ ଭେଲରେ

ସଂସାର ରଥକୁ ଭିଡ଼ି ଧରିବ ।।

କେହି ବୁଝିଛ କି

ଜୀବନ କିଏ

ସବୁ ଲୀଳା ଖେଳା ତା ଲାଗି ହୁଏ ।।

ଜନ୍ମରୁ ମରଣ

ନିଶ୍ବାସ ହିଁ ଜାଣ

ଜୀବନ ତା ନାଆଁ ଅବୁଝା କିଏ ।।

ନାଟ ତାମସା

ଯେତେ ବେଉସା

ତନଖି ତନଖି ଶେଷ ଯେ ହୁଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract