Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance Tragedy Action

4.0  

Amit Bal

Romance Tragedy Action

ମନ ଝୁମି ଝୁମି ଯାଏ

ମନ ଝୁମି ଝୁମି ଯାଏ

1 min
236


କେଉଁଠି ଅଛ ଏବେ ତମେ !

       ସାରା ରାସ୍ତା କୃଷ୍ଣଚୂଡାରେ 

              ଦିଶିଲାଣି ଭରା ଭରା,

ନଈ ପଠାରେ ମୁଁ ବସିଛି

      ତମ ପ୍ରତୀକ୍ଷାରେ

             ଏକା ଏକା ଦିନ ସାରା,


ଗୋଲାପି ଓଠରେ ହସ ଫୁଟାଇ

    ସ୍ବପ୍ନ ବିଳାସିନୀ ଆଖିରେ କଜଳ ନାଇ

କହିଲ କେବେ ‌ ତମେ ଆସିବ

      ରାସ୍ତା ଯାକ ମହମହ ବାସ ଛୁଟାଇ .... !


ମୁଁ ଜାଣେ ତମେ ମୋ ମନରେ

              କୃଷ୍ଣଚୂଡ଼ା ର ମାଦକତା

 ବୈଶାଖର ସ୍ମୃତିଝରା ସଂଜରେ

             ପ୍ରଥମ ବର୍ଷାର ଶୀତଳତା ,


ହେଲେ ଏକଥା କିଏ ବୁଝାଇବା ତମକୁ

  ତମେ ତ ନିଜ ଛଡ଼ା 

         କେବେ ବୁଝିଛି ଆଉ କାହାକୁ !


ତଥାପି ତମ ପାଇଁ

       ମନ ମୋର ଝୁମି ଝୁମି ଯାଏ ଆଜି

              ପୀରତିର ଚହଲାଇ ପାଣିରେ ,

ତମ ବିନା ବରଫର ଅସ୍ତିତ୍ଵ ମୋ

       ଧୋଇ ହୋଇ ହୋଇ ଘଷି ଯାଏ

            ବିରହର ପ୍ରଖର ବହ୍ନିବଳୟରେ ....।

          


Rate this content
Log in

Similar oriya poem from Romance