STORYMIRROR

Gangotri Priyadarshini

Abstract Tragedy Action

3  

Gangotri Priyadarshini

Abstract Tragedy Action

ନିର୍ଭୟା ର ଅନ୍ତଃସ୍ୱର

ନିର୍ଭୟା ର ଅନ୍ତଃସ୍ୱର

1 min
177


ମଣିଷ ରୁ ରାକ୍ଷସ 

ଝୁଣି ଖାଇଗଲା କଞ୍ଚା ମାଂସ

ପ୍ରାଣ କରିଦେଲା ପରେ ନିଃଶେଷ

ନିର୍ଭୟା ହିଁ ମାେ ପରିଚୟର ଅବଶେଷ ।।


ଏ ଶରୀରରେ କି ମୋହ

ନିର୍ଦ୍ଦୟ ବୁଝିଲାନି ମାେ ଆଖି ଲୁହ

ହତ୍ୟା କଲା ମୋର ସମ୍ପର୍କ ମୋହ

ଜାଳି ଦେଲା ତାର କାମନାର ନିଆଁ ଡହ ଡହ ।।


ନାରୀର ଭାଗ୍ୟରେ ଏ କି ଦଶା

କାହା ଉପରେ ସେ ରଖିବ ଭରଷା

ପ୍ରାଣ ଚାଲିଯାଏ କାହିଁକି ହୁଏ ସେ ଲୋକହସା ।।


ନିଜକୁ ପିଶାଚ ମୁହଁରୁ ରକ୍ଷା ନକରି

ନାରୀ ଜନ୍ମ କୁ ଶତ ବାର ଧିକାରି

ରକ୍ତ ପିପାସୁର କବଳରୁ ବର୍ତ୍ତି ନପାରି

କଳଙ୍କିତ ସମାଜର ଲୋଲୁପ ଦୃଷ୍ଟିରେ ମୁଁ ଗଲି ମରି ।।


ନିର୍ଭୟାର ଆଖ୍ୟା ଲୋଡା ନାହିଁ

ସାରା ଦୁନିଆକୁ ମୋର ଏ ବାରତା ଦେବ କହି

ପାରିବ ନି ଯେବେ ନାରୀକୁ ସୁରକ୍ଷା ତୁମେ ଦେଇ

ସର୍ବ ଶକ୍ତିମାନ ହେ ଈଶ୍ୱର ଶୁଣିବ କି ମୋହର ଗୁହାରି

ଯେତେ ସବୁ ପାପୀ ପୁରୁଷକୁ କିନ୍ନର ରୂପରେ ସଂହାରି ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract