ଶେଷ ଅନୁରୋଧ
ଶେଷ ଅନୁରୋଧ
କେବେ ଦିନେ ଦେଖିଥିବା ସୁନେଲୀ ସ୍ବପ୍ନ ତାର
ଆଜି ଆକାଶରେ ଧୂଆଁ ହୋଇ ସାରିଥିଲା
ଅତୀତର ସ୍ବପ୍ନମୟ ସ୍ମୃତି ସବୁକୁ ଝୁରି ହୋଇ
ନିଜେ ସେ ମୋ ଆଗେ ଗୁମୁରି ଉଠୁଥିଲା ,
ସେ ଚାହୁଁ ଥିଲା ମୁଁ ଭାଙ୍ଗି ପଡେ ପୁଣି ଥରେ
ସହଜେ ତା'ର ଆଖିର ଲୋତକରେ
ଅନୁରାଗ ମନେ, ସରାଗ ସପନେ ,ଭୁଲି ଯାଇ ସବୁ
ଭରି ନିଏ ତାକୁ ନିବିଡ ଆଶ୍ଳେଷରେ ,
ମୁଁ କିନ୍ତୁ ଚାହିଁଲିନି ରଖିବାକୁ ମୋ ହୃଦୟେ
ତା'ର ସେଇ ଶେଷ ଅନୁରୋଧ
ଅତୀତକୁ କରି ଆଲିଙ୍ଗନ ,
ପଥର ସହ ପ୍ରେମ କରା ଯାଇପାରେ
ହେଲେ ଲୋଡ଼ା ନାହିଁ ଏ ଜୀବନେ
ପୁଣି ଥରେ ଝଡର ଅବଗୁଣ୍ଠନ ....।