Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Abstract Action Inspirational

3  

Anita Jena

Abstract Action Inspirational

ଭୁଲ୍ କାହାର

ଭୁଲ୍ କାହାର

1 min
252


ଯଦି କାହାକୁ ଭଲ ପାଏ ମଣିଷ ଭାବି ନିଜର

ତେବେ କୁହ ଭୁଲ୍ କାହାର ?

ନା ମଣିଷ ଜାଣି ଥିଲା ଦବ ସେ ଧୋକା,

ନା ଭୁଲ୍ ଥିଲା ତାର ଭଲ ପାଇବା ।


ଯଦି ଫୁଲଟିଏ ସକାଳେ ଫୁଟି ସନ୍ଧ୍ୟାକୁ ପାଏ ଆଖ୍ୟା ବାସିର

ତେବେ କୁହ ଭୁଲ୍ କାହାର ?

 ନା ସେ ଫୁଲର ଯେ ଫୁଟି ଥିଲା ପ୍ରଭୁଙ୍କ ପାଇଁ, 

ନା ସନ୍ଧ୍ୟାର ଯିଏ ଆଣେ ଶୀତଳ ଛାଇ ।


ଯଦି ଅଦିନିଆ ଝଡ଼ ଆସି ଭାଙ୍ଗି ଦିଏ ନିଡ ପକ୍ଷୀର,

ତେବେ କୁହ ଭୁଲ୍ କାହାର ? 

ସେ ପକ୍ଷୀର ଯେ ରହିବା ପାଇଁ ତୋଳି ଥାଏ ଘର,

ନା ସେ ଝଡ଼ର ଯେ ଆସି ଥିଲା ନ ଦେଇ ଖବର ।


ଯଦି କେହି ଭାଙ୍ଗି ଦିଏ ହୃଦୟର ଘର 

ତେବେ କୁହ ଭୁଲ୍ କାହାର ?

ସେ ହୃଦୟର ଯିଏ ରହିବା ପାଇଁ ଜାଗା ଖଣ୍ଡେ ଦେଇ ଥିଲା, 

ନା ସେ ମଣିଷର ଯିଏ ହୃଦୟର ଆସନ ତାକୁ ବସେଇ ଥିଲା । 


ଯଦି ଭାଙ୍ଗି ଯାଏ ଅଧ ରାତିରେ ଘର ସ୍ବପ୍ନର  

ତେବେ କୁହ ଭୁଲ୍ କାହାର ?

ସେ ସ୍ବପ୍ନର ଯିଏ ଆସି ଥିଲା ଟିକେ ଖୁସି ଦବାକୁ 

ନା ସେ ରାତିରେ ଯିଏ ଅପେକ୍ଷା କରି ଥାଏ ସକାଳ ହେବାକୁ ।


ଯଦି ମୃତ୍ୟୁ ଆସେ ଅଟକେଇ ଦେବାକୁ ରାସ୍ତା ଜୀବନର

ତେବେ କୁହ ଭୁଲ୍ କାହାର ?

ଜନ୍ମ ଦେଇଥିବା ସେ ମାଆର 

ନା ମୃତ୍ୟୁକୁ ତିଆରି କରି ଥିବା ସେ ଭଗବାନଙ୍କର ??


ତେବେ କୁହ ଭୁଲ୍ କାହାର !


Rate this content
Log in

Similar oriya poem from Abstract