STORYMIRROR

Gangotri Priyadarshini

Abstract Action Inspirational

3  

Gangotri Priyadarshini

Abstract Action Inspirational

ମହାନଦୀ

ମହାନଦୀ

1 min
217


ମହାନଦୀ ଚିର ପୂଜନୀୟା ତୁମେ

ଅବିରତ ବହି ଚାଲ

ଗିରି ,କାନନ,ପ୍ରାନ୍ତର ଭେଦ କରି ।।

ଓଡ଼ିଶା ପାଇଁ ତୁମେ ଭାଗ୍ୟ ବିଧାତା

ସ୍ନାତ କର ତୃଷ୍ଣା କୋଟି ପ୍ରାଣର

ଶସ୍ୟ ଶ୍ୟାମଳା ହୁଏ ଧରଣୀ ରାଣୀ ।।

ବୁକୁ ଚିରି ବହି ଚାଲିଛ

କେଉଁ ଆବାହମାନ କାଳରୁ

ଅବିଶ୍ରାନ୍ତ ଭାବେ କୁଳୁ କୁଳୁ ନାଦ କରି ।।

ଦୁଇ କୂଳ ତୁମ ଅପୂର୍ବ

କମନୀୟ ଶୋଭାରାଜି ବିଭୂଷିତ

ପ୍ରାଣ ଦାୟିନୀ ମହାନଦୀ ତୁମେ ।।

ଜନ ମାନସରେ ଚାରୁଚିତ୍ରା ରୂପ ତୁମ

ଭାବ ବିହ୍ୱଳ କରେ କବି ପ୍ରାଣ

କେତେ ପ୍ରଗତିର ମୁକସାକ୍ଷୀ ତୁମେ ।।

ଘାଟ ଘାଟରେ,ବାଟ ବାଟରେ

ତୁମ ସହ କେତେ କାହାଣୀ ଯୋଡ଼ା

କାହିଁ କେତେ ବେଉସାର ଆଶା ତୁମ ସାଥେ ।।

କେତେ ମାନସିକର ମନସା ଦେବୀ ତୁମେ

ଯେବେ କୁଆଁରୀ ମାଜେ ତା ପାଦର ପାହୁଡ

ଆନମନା ହୋଇ ତା ହାତ ଖେଳେ ତୁମ କୋଳେ ।।

ପ୍ରଣୟୀ ପୁରୁଷର ଭାଵନାରେ

ଧୋଇ ଦିଏ ତା କ୍ଳାନ୍ତ ମନକୁ

କେତେ ସଙ୍ଗୀତ ମୂର୍ଚ୍ଛନା ସୃଷ୍ଟି ତୁମ ନୀଳ ଜଳ ରାଶିରେ ।।

ଅକାତ ପାଣିରେ ନାଉରିଆ ଆଶିଷ ଚାହେଁ ତୁମ ଠାରୁ

କେତେ ଏ ପାରିର ସ୍ଵପ୍ନ ପୁରା ହୁଏ ସେ ପାରିରେ

ଅଭିମାନୀ କେତେ ଲୁହ ଢାଳେ ତୁମ ନଦୀ ଧାରେ ।।

ତୁମେ ଅତୀତ ର କାହାଣୀ

ବର୍ତ୍ତମାନର ନଦୀ ଅନନ୍ୟା

ଭବିଷ୍ୟତର ସ୍ରୋତ ପ୍ଲାବିତା ।।

ମହାନଦୀ ତୁମେ ଅବବାହିକା

ନିମ୍ନଗାମୀ କ୍ଷିପ୍ରା

ତୁମେ ଶାନ୍ତ କର କରାଳ ରୂପକୁ କ୍ଷଣିକ ସ୍ପର୍ଶରେ ।।

ତୁମେ କେବେ ବନ୍ୟା ପୁଣି ଧନ୍ୟା

କେତେ ପ୍ରାର୍ଥନାର ଜଳଧାରା ତୁମେ

ସଂପୂର୍ଣ୍ଣ କର କେତେ ଉପନଦୀକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract