STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ପୁରୁଷ କୈନ୍ଦ୍ରିକ ମାନସିକତାର ମଣିଷ,

ପୁରୁଷ କୈନ୍ଦ୍ରିକ ମାନସିକତାର ମଣିଷ,

1 min
116


କିଏବା ନ ଜାଣେ

ପୁରୁଷର କେତେ ବିଭୀଷିକା,

ଆଉ ତାର ତାଣ୍ଡବଲୀଳା,

ଇତିହାସର ପୃଷ୍ଠଭୂମିକୁ

ଓଲଟେଇ ଦେଖିଲେ,

ପାଇବା ଅନେକ ଦୃଷ୍ଟାନ୍ତ

ନାରୀ ସମ୍ମାନର ବିଧ୍ବଂସକାରୀ ଘଟଣା

ଦ୍ରୌପଦୀ, ସୀତା, କୁନ୍ତୀ, ଅହଲ୍ୟା ଆଉ କେତେ,

ତା'ର ମୁକସାକ୍ଷୀ,

କେତେ ଧ୍ୱଂସର ଲୀଳା,

ଯଥା ମହାଭାରତ

ତା'ର ମୁକସାକ୍ଷୀ,

ତଥାପି କାହିଁକି

ମଣିଷ ବୁଝେନାହିଁ

ଅଡିବସେ ରଖିବାକୁ ଅଧିକାର,

ନାରୀ ଉପରେ କରି ଅତ୍ୟାଚାର,

ସତେ କଣ ମାନବ ସଭ୍ୟତାରେ

ପ୍ରକୃତିର ସମାନତାର ନାହିଁ ସ୍ଥାନ,

ଏମିତି ମନରେ ଅନେକ ପ୍ରଶ୍ନ,

କଣ ଦେଖିପାରୁନ

ଏ ନିରୀହ ନାରୀର ଆଖିର ଲୁହକୁ ?

କାହିଁକି ଛଡାଇ ନେଉଛ ସେମାନଙ୍କ ଅଧିକାର,

ହେ ପୁରୁଷକୈନ୍ଦ୍ରିକ ମାନସିକତାର ମଣିଷ,

ଦିଅ ଉତ୍ତର |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action