STORYMIRROR

Niranjan Mishra

Action

4  

Niranjan Mishra

Action

ବିଲୁପ୍ତ ସାମ୍ରାଜ୍ଯ

ବିଲୁପ୍ତ ସାମ୍ରାଜ୍ଯ

1 min
353


ମୋଗଲ ସାମ୍ରାଜ୍ଯ ଥିଲା ଭାରତରେ

ଯାଇଛି ବିଲୁପ୍ତ ହୋଇ ।

ବ୍ରିଟିଶ ସାମ୍ରାଜ୍ଯ ଆମ ଭାରତରୁ

ଗଲା ସ୍ବାଧୀନତା ଦେଇ ।୧।

ବିସ୍ତାରିତ ଥିଲା ଚିଂ ସାମ୍ରାଜ୍ଯ

ଆମ ଏଇ ଭାରତରେ ।

ସ୍ପେନିସ୍ ସାମ୍ରାଜ୍ଯ ରୁଷ୍ ସାମ୍ରାଜ୍ଯ

ଆସିଥିଲା ତା କ୍ରମରେ ।୨।

ବ୍ରିଟିଶ ସାମ୍ରାଜ୍ଯ ଟପି ଯାଇଥିଲା

ସମସ୍ତଙ୍କୁ ଏ ବିଶ୍ବରେ ।

ମଙ୍ଗୋଲ ସାମ୍ରାଜ୍ଯ ଚାରିଟି ଦଶନ୍ଧି

ରହିଥିଲା ପୃଥିବୀରେ ।୩।

ଏ ସବୁ ସାମ୍ରାଜ୍ଯ ବିଲୁପ୍ତ ତ ଆଜି

ସାରା ଦୁନିଆରେ ନାହିଁ ।

କାଳ ପ୍ରଭାବରେ ହୋଇଅଛି ଲୀନ

ଆଜି ତାର ସତ୍ତା ନାହିଁ ।୪।

ଅନେକ ସାମ୍ରାଜ୍ଯ ଗଢି ଉଠି ପୁଣି

ହୋଇଅଛି ଅସ୍ତମିତ ।

ସାକ୍ଷୀ ରହିଅଛି ଇତିହାସ ତାର

ଏକଥା ବିଶ୍ବ ବିଦିତ ।୫।

ଦୁର୍ବଳ ସାମ୍ରାଜ୍ଯ ବିଲୁପ୍ତ ହୁଅଇ

ସବଳ ଜାଗ୍ରତ ହେଲେ ।

ସମୟ ଚକ୍ରଟି ସଦା ଘୁରୁଅଛି

ସ୍ଥିର ନହୋଇ ସେ ଚାଲେ ।୬।

ଜନତା ଜାଗ୍ରତ ହୋଇବାରୁ ଦିନେ

ଶାସକ ସାମ୍ରାଜ୍ଯ ଯାଏ ।

ବିଲୁପ୍ତ ସାମ୍ରାଜ୍ଯ କାଳର ବକ୍ଷରେ

ଇତିହାସ ରଚି ଥାଏ ।୭।

ବିଲୁପ୍ତ ସାମ୍ରାଜ୍ଯ ପୁନଃ ସଂସ୍ଥାପନ

ହେବା ନୁହଇ ସମ୍ଭବ ।

କାଲି ଯେ ଶାସକ ଆଜି ସେ ଶାସିତ

ହୋଇ ପାଏ ପରାଭବ ।୮।



Rate this content
Log in

Similar oriya poem from Action