STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଶ୍ରୀ ଜଗନ୍ନାଥ

ଶ୍ରୀ ଜଗନ୍ନାଥ

1 min
393


ଶ୍ରୀ ଜଗନ୍ନାଥ ଙ୍କ ପଦାର ବିନ୍ଦରେ

   ନିତି କରେ ପ୍ରଣିପାତ

ସୁଖ ଦୁଃଖ ଯାହା ଦେଇ ଛନ୍ତି ପ୍ରଭୁ

   ତାଙ୍କୁ କରଇ ଅର୍ପିତ।

କିଏଡାକେ ତାଙ୍କୁ ଚକାଡୋଳା ନାମେ

    ଅବା କିଏ ମଣିମା ହେ

ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରି

   ଦୁଇ ପଦ କଥା କହେ।

ଭାରତ ଯୁଦ୍ଧରେ ଅର୍ଜ୍ଜୁନ ବିଷାଦ

   ବିଶ୍ଵ ରୂପେ ଦୂର କଲେ

ସାଲବେଗ ଡାକେ ବଳଗଣ୍ଡି ଠାରେ

   ନନ୍ଦିଘୋଷ ଅଟକିଲେ।

ବାଲି ରଥ ପରେ ଭକ୍ତ ବଳରାମ

   ଭକତିରେ ଥିଲେ ଡାକି

ସେ ଡାକରେ ପ୍ରଭୁ ବଡ଼ଦାଣ୍ଡ ଛାଡ଼ି

   ଭକତିରେ ଗଲ ଲାଖି।

ତୁମେ ଅଛ ବୋଲି ଶିହରଣ ଆସେ

   ଚକା ଆଖି ମନ କିଣେ 

ତୁମ ନାମ ଯେବେ ଶ୍ରବଣେ ପଡଇ

  ତୁମେ ଆମେ ଏକ ମଣେ।

ଜଗତରେ ଯାହା ନେତ୍ର ପଥେ ପଡେ

    ସେ ସବୁ ତୁମ ଭିଆଣ

ତୁମ ବିନୁଁ ଗତି ନାହିଁ ଯେ କାହାର

   ସେ ପାଦେ ନିଏ ଶରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action