STORYMIRROR

ବି. ନିରୁପମା

Romance Action Classics

4  

ବି. ନିରୁପମା

Romance Action Classics

ଯାଇଥିଲ କୁହ କେଣେ

ଯାଇଥିଲ କୁହ କେଣେ

1 min
372


ରାଧାଙ୍କ ମୁଣ୍ଡରେ ମୟୂରପୁଚ୍ଛ, 

       ନାଟୁଆ ନାଗର ଖୋସି ଦେଇଛ

ମାନୁଅଛି ଭାରି ଭଲ,

ଇସ୍ କି ସୁନ୍ଦର ବଇଁଶୀ ଧରି,

       ହାସ୍ୟମୟୀ ବେଶେ ରାଇ କିଶୋରୀ

ପାଇଗଲେ ପ୍ରୀତି ମୂଲ ।


କେତେ କଉଶଳ ଜାଣ କହ୍ନେଇ,

    ବିଶ୍ଵଜିତା ମନ ନେଲ ମନେଇ

ଚାରିଗଲା ତାଙ୍କ ରୋଷ,

ଆଗରୁ ଛଳିଆ, ପର ଭଳିଆ

      ନ ଭେଟିଲ ଯେ ଯମୁନା କୂଳିଆ

ସବୁ ପରା ତୁମ ଦୋଷ ।


ବୃନ୍ଦାବନ ଆଉ କଦମ୍ବ ମୂଳ,

      ପ୍ରତୀକ୍ଷାରେ କେତେ କଟିଛି ବେଳ

ଯାଇଥିଲ କୁହ କେଣେ,

ଖବର ନାହିଁ କି ଦବର ନାହିଁ

    କଳ୍ପନାରେ ନୀଳ ତନୁକୁ ଧ୍ୟାୟୀ

     ଦିନ ବିତୁଥିଲା ଏଣେ ।


ମିଳନ ହୋଇଛି ବଜାଅ ବେଣୁ,

   ଏ କର୍ଣ୍ଣଯୁଗଳ ସେ ନାଦ ଶୁଣୁ

ନେତ୍ର ହୋଇଯାଉ ଧନ୍ୟ,

ବିଲୋକନ କରି ସେ ଦିବ୍ୟ ରାସ,

    ବିଭୋରେ ବୋଲିବି ଶ୍ରୀ ରାଧେକୃଷ୍ଣ

     ଅରଜିବି କୋଟି ପୁଣ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance