STORYMIRROR

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ସ୍ମୃତି ଏକ ରୂପା ଜହ୍ନ

ସ୍ମୃତି ଏକ ରୂପା ଜହ୍ନ

1 min
181

ସ୍ମୃତି ଏକ ରୂପା ଜହ୍ନ

ଉଇଁ ଆସିଲେ ମନ ଆକାଶେ

ଚୁନା ଚୁନା ଜୋଛନାରେ ହୃଦୟ ଭିଜେ

ଅନୁଭୂତିର ଅଭୁଲା ଅପାଶୋରା 

ଦୃଶ୍ୟସବୁ ତାର ସତେଜ ହୋଇ ଉଠେ

ମିଠା ମିଠା କଥା ମୁରୁକି ମୁରୁକି ହସ

ଭାବ ଭାବନାରେ ଭଉଁରୀ ଖେଳେ

ଏକଲା ଥିବାର ଅନ୍ଧାରରେ ଆଲୁଅ ଆସେ

ଶୁଭ୍ର ସ୍ନିଗ୍ଧ ଆଭାସର ଜ୍ୟୋତି ପ୍ରକାଶେ

ସ୍ମୃତି ଏକ ରୂପା ଜହ୍ନ

ପ୍ରଥମ ଦେଖାର ସୌଜନ୍ୟମୂଳକ ପରିଚୟ 

ପରସ୍ପର ମଧ୍ୟରେ ବିନିମୟ ହେଲା ପରେ

ଏକ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣରେ

ଆତ୍ମୀୟତାର ଆକର୍ଷଣ ସଂପର୍କ ଗଢିଦିଏ

ସେ ଅତୁଟ ବନ୍ଧନ ନିକଟତର କରାଏ

ହୃଦୟଟା ନାଚି ଉଠେ ସିହରଣେ

ସେ ସ୍ମୃତି ଅପୂର୍ବ ପ୍ରେରଣା ଦିଏ ପ୍ରାଣେ

ସ୍ମୃତି ଏକ ରୂପା ଜହ୍ନ

ଅପରିଚିତ ହେଲା ପରେ ପରିଚିତ

ଅଚିହ୍ନାରୁ କ୍ରମେ ହୋଇଯାଏ ଯିଏ ଚିହ୍ନା

ହୃଦୟରେ ତାର ଛାପ ରହିଯାଇ ଥାଏ

ଭାବ ସାଗରର ଲହରୀ ମାଳା

ସ୍ମରଣର ବେଳାଭୂମିକୁ ଛୁଇଁ ଗଲା ପରେ

ମନ ଆଇନା ଆଗରେ ସେ ପ୍ରତିଛବି

ଉଜ୍ଜ୍ଵଳତା ଭରି ହେଉଥାଏ ପ୍ରତିବିମ୍ଵିତ

ରୂପ ଲାବଣ୍ୟ ତାର ଝଲସି ଉଠେ

ବିଗତ ମୁହୂର୍ତ୍ତ ସବୁ ଜୀବନ୍ୟାସ ପାଇ

ସ୍ମୃତିର ସେ ଦୃଶ୍ୟପଟକୁ କରେ ଦୃଷ୍ଟି ନିକ୍ଷେପ

ସ୍ମୃତି ଏକ ରୂପା ଜହ୍ନ

ଉଚ୍ଛନ୍ନ ମନର ସ୍ଥିର ଦୃଷ୍ଟିରେ ଆଣେ ଧ୍ୟାନ

ଲାଗେ ଖସି ପଡିଛି ହାତ ପାପୁଲିରେ ତାର

ଆକାଂକ୍ଷା ଅଭିଳାଷ ହୋଇଛି ପୂର୍ଣ୍ଣ

ତା' ମଧୁର ମହକ ଭରିଦିଏ ପ୍ରେରଣା

ଥିଲେ ଭୁଲ୍ ଧାରଣା କରାଏ ସଚେତନ

କ୍ଳାନ୍ତି ଅବସାଦ ଦୂରେଇ ଦେଇ

ଆବେଗ ଉତ୍ସାହ ଭରି କରାଏ ଧାବମାନ

ଶାନ୍ତିର ନିଦ୍ରା ଦିଏ ରାତ୍ରିର ଭୀତି ଭୁଲାଇ

ଆଣେ ସ୍ଵଭାବିକ ହୃଦୟର ସ୍ପନ୍ଦନ

ସରସ ସୁନ୍ଦର ମଧୁମୟ ହୁଏ ଜୀବନ

ସ୍ମୃତି ଏକ ରୂପା ଜହ୍ନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract