Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Action Inspirational

3  

Lopamudra Parida

Action Inspirational

ହେ ଜଳ !

ହେ ଜଳ !

1 min
179



ହେ ଜଳ !

ତିନି ଭାଗ ତୁ ,

ଦେହରେ, ଭୂ 'ରେ, ପୁଣି ଭୁମା'ରେ

ଭାଗେ ପୁଣି ମିଠା, ଦି ଭାଗ ଲୁଣି

ଭାଗକରୁ ଅଣାଏ ବଳିଛି,

ବାକି ତକ ପଙ୍କ

ଲୁଣି କୋଉ ଢୋକିହବ !

ମାଆ ପରି ମାଟି କୋଉ ବିଶୁଦ୍ଧ ଅଛି ଯେ ,

ପଙ୍କେଇଗଲେ ବି ଧୋଇହନ୍ତା ବିଷର ବାଟ କାଇଁ?

ନୀଳକଣ୍ଠ ହବାକୁ କିଏ ବା ଜନ୍ମିଛି,

ଯିଏ ପିନ୍ଧିବ ଶ୍ବେତ ଚନ୍ଦ୍ରମା ,

ଆଉ ଗିଳିଦବ ଗରଳ,

ନୀଳ କରି ତଣ୍ଟି ମୂଳ ।।

ଲାର୍ଭାରେ ଭରୁଛି ଅଗ୍ନିଉଦର ,

ଜୀବନ ନାଇଛି ମୁଖା ।।

ତିନି ଭାଗ ଯଦି ଅଛୁ କୋଉଠି ....

ଆ' ଶୀତଳେଇ ଦେ

ମୃତ୍ତିକା ଠୁ ଚେର ଯାଏ ।।

ଫେରିଆସୁ ସବୁଜିମା ,

ମରୁ ରୁ ପ୍ରାନ୍ତର ଯାଏ

କେନଉ ଅଗ ପତ୍ର ରୁ ମୁଠେ

ନାଲିନାରଙ୍ଗି ଆଉଟା ରଙ୍ଗ ଧରି ।

ବସନ୍ତୁ ନୀଳକଣ୍ଠ

ଅର୍ଦ୍ଧନୀମଳିତ

ଚକ୍ଷୁ ଫେଇ

ଅନନ୍ତ କାଳ



Rate this content
Log in

Similar oriya poem from Action