Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ସବୁଜ ପରିବେଶ

ସବୁଜ ପରିବେଶ

1 min
156



ସବୁ ବୃକ୍ଷ ଲତା ପ୍ରାଣୀ ଉଦ୍ୟାନ ବିଜ୍ଞାନ 

କୃଷି ଓ କଳ କାରଖାନା

ସବୁ କିଛି ମଣିଷ କୃତ କିଛି ପ୍ରକୃତିର 

ଦାନ ସୃଷ୍ଟିର ସର୍ଜନା ।


ପୂର୍ବ ପୁରୁଷ ଗଛ ପୋତିଥିଲେ ବୋଲି

ଭୋଗ କରୁ ଆମେ ଫଳ

ଆମ୍ବ, ପଣସ, କୁସୁମ, ବର, ଅଶ୍ୱସ୍ତ, ନିମ୍ବ, 

ଶାଳ ଓ ପିଆଶାଳ ।


ସବୁଜ ବିପ୍ଳବ କରିବା ସ୍ଲୋଗାନରେ ଆଜି, 

ନୂଆ ଗଛ ଲଗାଇ

ପରିବେଶକୁ ସୁରକ୍ଷା କରିବା ଦିଗରେ 

ବକ୍ତୃତାର ଅନ୍ତ ନାହିଁ ।


ଦେଖୁଅଛି ପୋଷ୍ଟର ରାସ୍ତାରେ, ଘାଟରେ 

ଓ ବିଭିନ୍ନ କାନ୍ଥ ମାନଂକରେ  

ଶୁଣୁଛି କେତେ ଆଲୋଚନା ପର୍ଯ୍ୟାଲୋଚନା 

ନେତାଂକର ସଭା ସମିତିରେ  ।


ଅକ୍ସିଜେନ୍ ଅଭାବ ହୋଇ ମଣିଷ ହୁଏ

ନାହିଁ ନଥିବା ବ୍ୟାଧିର ଶିକାର 

ଲାଇନ୍ ଦେବାକୁ ପଡ଼ୁଛି ଅକ୍ସିଜେନ୍ ଟିକେ 

ପାଇଁ ବାରଣ୍ଡାରେ ହସ୍ପିଟାଲର ।


ଥୁଣ୍ଟା ପାହାଡ ଗୁଡିକ କହି ହଉଛନ୍ତି, ନଣ୍ଡା 

କରିଛନ୍ତି ଅମଣିଷ ପ୍ରାଣୀ

ବୃକ୍ଷ ଯେତେ ସବୁ କାନ୍ଦୁଛନ୍ତି, କେତେ କରିଛନ୍ତି 

କ୍ଷତାକ୍ତ ତାକୁ ହାଣି ହାଣି ।


ଆଗରୁ ମୋର କ‌ଅଁଳିଆ ପତ୍ରରେ ଝଙ୍କାଳିଆ 

ହୋଇ ସେ ସୁନ୍ଦର ଥିଲା 

ବାଟରେ ଚାଲିଯିବା ଲୋକ ଘଡ଼ିଏ ଗଛ ତଳେ 

ବସି କ୍ଲାନ୍ତି ମେଣ୍ଟାଉଥିଲା ।


ଅମ୍ଳଜାନ ଯୋଗାଇ ଦେଉଥିଲା ପରିତ୍ୟକ୍ତ 

ଅଙ୍ଗାରକାମ୍ଳ ନିଜେ ନେଇ  

ସଂସାର ଯାକର ସବୁଜ ବନାନୀକୁ କଲ ଧ୍ୱଂସ 

ଭୋଗୁଛ ଭଉଣୀ ଭାଇ ।


ମହାନ୍ ଉଦ୍ଦେଶ୍ୟ ହାସଲ ପାଇଁ ସବୁଜିମାର 

ପ୍ରତୀକ ସବୁଜ ରଙ୍ଗକୁ

ଅନ୍ତର୍ଭୁକ୍ତ ଜାତୀୟ ପତାକାରେ, ପାଳିବା ପରା 

ମୌଳିକ କର୍ତ୍ତବ୍ୟକୁ ।


କର୍ତ୍ତବ୍ୟ ଧରା ପୃଷ୍ଠକୁ ଉର୍ବର, ଉନ୍ନତ ଓ ଶସ୍ୟ 

ଶ୍ୟାମଳାପୂର୍ଣ୍ଣ ରଖିବା

ପରିବେଶ ସୁରକ୍ଷା, ଜୀବନ, ପରିବେଶ ଦୂଷିତ 

ନହେଲେ ଆମେ ବଞ୍ଚିବା ।


ଜଙ୍ଗଲ ଆମର ଜାତୀୟ ସମ୍ପତ୍ତି, ତାକୁ ସୁରକ୍ଷା 

ଦେବା ମୌଳିକ କର୍ତ୍ତବ୍ୟ ଆମର

ଚେତନାରେ ପଶୁ ହେ ମୋର କବି, ଲେଖକ, 

ପାଲାକାର, ଦାଶକାଠିଆ ନାଟ୍ୟ କଳାକାର ।


ସାରା ପରିବେଶ ସବୁଜ ସୁନ୍ଦର ଶୁଦ୍ଧ ନରହିଲେ,

ଚେତାଇ ଦିଅ ପୃଥିବୀ ଲୋକଙ୍କୁ

ଭବିଷ୍ୟତ ଆହୁରି ହେବ ଭୟଙ୍କର,

ରୋଗର ଶୀକାର 

ହୋଇ ଡାକୁଛନ୍ତି ବିଶ୍ୱର ଧ୍ୱଂସକୁ ।


Rate this content
Log in