STORYMIRROR

Kshitish Jena

Abstract Action Inspirational

3  

Kshitish Jena

Abstract Action Inspirational

ସ୍ୱାମୀ ସେବା ନାରୀ ଧର୍ମ

ସ୍ୱାମୀ ସେବା ନାରୀ ଧର୍ମ

1 min
230


କ୍ଷିତୀଶ ଜେନା

ଠେଲା ଗାଡ଼ିରେ ବା ଉଠା ଦୋକାନରେ

ସ୍ଥାୟୀ ଦୋକାନରେ ଭାଇ

ନାନା ପ୍ରକାରର ଫଳ ବିକ୍ରି ହୁଏ

ସାବିତ୍ରୀ ଓଷାଟି ପାଇଁ।

ଲିଚୁ କୋଳି, ଆମ୍ବ ପଣସ ନଡ଼ିଆ

କଦଳୀ ସେଓ ସପୁରୀ

ଫଳକୁ ଦେଖିଲେ ମନ ଲାଖିଯାଏ

ଦର ଉଚ୍ଚା ଥାଏ ଭାରୀ ।

ଜ୍ବାଇଁ ପାଇଁ ଡ୍ରେସ୍ ଝିଅ ପାଇଁ ଶାଢ଼ୀ

ଫଳ ମିଠା ସାଥେ ନେଇ

ବାପାମାଆମାନେ ଝିଅର ଘରକୁ

ଯାଇଥା'ନ୍ତି ଖୁସି ହୋଇ ।

ରଜ ଓ ସାବିତ୍ରୀ ଭାର ଏକା ସଙ୍ଗେ

ପଠାଇ ଦିଅନ୍ତି କେହି

ଭାର ସହ ଘରଲୋକ ଦେଖି ନୂଆ

ବୋହୂଟି ଖୁସି ହୁଅଇ ।

ଫଳ ପୁଷ୍ପ ଭରା ପସରାକୁ ନେଇ

ମନ୍ଦିର ଯାଆନ୍ତି ନାରୀ

ପ୍ରଭୁଙ୍କୁ ପତିଙ୍କ ଦୀର୍ଘାୟୁ ସକାଶେ

କରନ୍ତି ପରା ଗୁହାରୀ ।

ପତିବ୍ରତା ନାରୀ ସତୀ ଯେ ସାବିତ୍ରୀ

ନିଜ ପତି ଭକ୍ତି ପାଇଁ

ଯମଙ୍କ ନିକଟୁ ସତ୍ୟବାନ୍‌ ପ୍ରାଣ

ପାଇଥିଲେ ଫେରି ସେହି ।

ସ୍ୱାମୀ ଅନ୍ତରଙ୍ଗ ବନ୍ଧୁ ଯେ ଈଶ୍ଵର

ସ୍ୱାମୀ ସେବା ଧର୍ମ ଜାଣ

ଶାସ୍ତ୍ରେ ଲେଖାଅଛି ସ୍ୱାମୀ ସେବା ବଳେ

ବୈକୁଣ୍ଠେ ମିଳଇ ସ୍ଥାନ।

ସାବିତ୍ରୀ ଓଷାରେ ପ୍ରତି ନାରୀମାନେ

ନିଷ୍ଠା ଓ ଭକ୍ତିରେ ରହି

ପତିଙ୍କ ଶତାୟୁ କାମନା କରିବା

ପ୍ରଣିପାତ ତାଙ୍କୁ ହୋଇ ।


କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract