STORYMIRROR

Debabrata Mishra

Action Classics Inspirational

3  

Debabrata Mishra

Action Classics Inspirational

ସମୟ ସରିଗଲେ

ସମୟ ସରିଗଲେ

1 min
177


ସମୟ ସରିଗଲେ

ଛଟପଟ ହେବ ତୋର ଦେହ, ମନ, ଲୁହ

ଉକୁଟି ଉଠିବ ଅନଳ ଛାତିର କୋହ

ଇଛାଗୁଡ଼ିକ ମରି ଲୋଡ଼ିବ ସତ୍କାର

ମନଗୁଡ଼ିକ ଶବ ହୋଇ ହେବ ସଂସ୍କାର ।


ସମୟ ସରିଗଲେ

ସୁଯୋଗର ଯେତେ ଝରଣା ହୋଇଯିବ ଶୁଷ୍କ

ଖାଇବୁ ତୁ ମରିଗଲା ପରେ ପେଟର ଭୋକ

ରାତିରାତି ଖୋଜିବୁ ସାହାରା ମଧୁଶାଳାର ଜଳ

ଦେଖିବୁ ଅତୀତର ପିୟୁଷ ସବୁ ହୋଇଛି ଗରଳ ।


ସମୟ ସରିଗଲେ

ସୁନ୍ଦର ଫୁଲଗୁଡିକ ତୋତେ ଅଧିକ ବାସିବ

ତୋ' ନିଜ ବିବେକ ତୋ' ଉପରେ ହିଁ ହସିବ

ନିଷ୍ପତ୍ତି ତୋର ତୋତେ ଦେବ ଅଭଦ୍ର ଗାଳି

ଜିହ୍ୱାକୁ ଲାଗିବ ଖଟା ମଧୁର କୋମଳ କୋଳି ।


ସମୟ ସରିଗଲେ

ତୁ ନିନ୍ଦିବୁ ଈଶ୍ବର, ବାପା ମା' ଓ ନିଜର ଲୋକ

କାନ୍ଦିବୁ ପ୍ରତି ରଜନୀରେ ମନେପକାଇ ଭୋକ

ଅବସର ଫେରିଗଲେ ରାଜା ବି ହରାଏ ମୁକୁଟ

ତୋ' ଅବଶୋଷ ବହିରେ ତୁ ମଡ଼ାଇବୁ ମିଛ ମଲାଟ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action