ସମୟ ସରିଗଲେ
ସମୟ ସରିଗଲେ
ସମୟ ସରିଗଲେ
ଛଟପଟ ହେବ ତୋର ଦେହ, ମନ, ଲୁହ
ଉକୁଟି ଉଠିବ ଅନଳ ଛାତିର କୋହ
ଇଛାଗୁଡ଼ିକ ମରି ଲୋଡ଼ିବ ସତ୍କାର
ମନଗୁଡ଼ିକ ଶବ ହୋଇ ହେବ ସଂସ୍କାର ।
ସମୟ ସରିଗଲେ
ସୁଯୋଗର ଯେତେ ଝରଣା ହୋଇଯିବ ଶୁଷ୍କ
ଖାଇବୁ ତୁ ମରିଗଲା ପରେ ପେଟର ଭୋକ
ରାତିରାତି ଖୋଜିବୁ ସାହାରା ମଧୁଶାଳାର ଜଳ
ଦେଖିବୁ ଅତୀତର ପିୟୁଷ ସବୁ ହୋଇଛି ଗରଳ ।
ସମୟ ସରିଗଲେ
ସୁନ୍ଦର ଫୁଲଗୁଡିକ ତୋତେ ଅଧିକ ବାସିବ
ତୋ' ନିଜ ବିବେକ ତୋ' ଉପରେ ହିଁ ହସିବ
ନିଷ୍ପତ୍ତି ତୋର ତୋତେ ଦେବ ଅଭଦ୍ର ଗାଳି
ଜିହ୍ୱାକୁ ଲାଗିବ ଖଟା ମଧୁର କୋମଳ କୋଳି ।
ସମୟ ସରିଗଲେ
ତୁ ନିନ୍ଦିବୁ ଈଶ୍ବର, ବାପା ମା' ଓ ନିଜର ଲୋକ
କାନ୍ଦିବୁ ପ୍ରତି ରଜନୀରେ ମନେପକାଇ ଭୋକ
ଅବସର ଫେରିଗଲେ ରାଜା ବି ହରାଏ ମୁକୁଟ
ତୋ' ଅବଶୋଷ ବହିରେ ତୁ ମଡ଼ାଇବୁ ମିଛ ମଲାଟ।