STORYMIRROR

Suchismita Behera

Action Inspirational

3  

Suchismita Behera

Action Inspirational

ଜୀବନ ସଂଘର୍ଷ

ଜୀବନ ସଂଘର୍ଷ

1 min
184

ଯେବେ ଥିଲା ଦୁନିଆ ମୋ ପାଇଁ ଅନ୍ଧାର 

ହାତର ବାଡି ଥିଲା ସାହାରାର ପ୍ରକାର

ପଛେ ପାରି ହୁଏ ରାସ୍ତା ଏକୁଟିଆ ସର୍ବଦା 

ଜୀବନଟା ସେହିଭଳି ଥିଲା ମୋର ଏକଦା ।


ଖୋଜି ବୁଲୁଥିଲା ମନ ସବୁବେଳେ କାହାକୁ

ପାଖେ ଯିଏ ରହୁ ଆଉ ବୁଝୁ ମୋର ମନକୁ

ହେଲେ, ହେଲା ନାହିଁ ପୂରଣ ମୋ ସେ ଇଚ୍ଛା କେବେଠୁ

ସତେ ଅବା ଜୀବନଟା ଥିଲା ଖାଲି ଶୂନକୁ ।।


ମୋ ଜୀବନ ଆଲୋକ, ତା'ର ଦୁଇ ନୟନ

ମୋ ନୟନେ ଅସିମୀତ, ତା'ର ସାରା ଜୀବନ

ସାହାରା ସାଜିଛି ମୁଁ ଏବେ, ହୋଇ ତା'ର ଭରଷା

ଏକାଠି ବୁଲୁଛୁ ସଙ୍ଗେ ଖେଳାଇ ନାନା ହରଷ ।।


ଆଜି ଖୁସି ଅଛି ଫେରି ପାଇ ମୋର ଦୁଇ ନୟନ

ପାଖରେ, ରହୁଛି ସାଥେ, ମୋ ହୃଦୟ ସ୍ପନ୍ଦନ 

ସାଥିରେ ଚାଲୁଛୁ ଦୁହେଁ ହୋଇ ଏକ ସମାନ

ଆମ ପାଇଁ ଆମେ ଦୁହେଁ ପରସ୍ପରର ଜୀବନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action