ପ୍ରକୃତିଦତ୍ତ ବନ୍ୟ ସମ୍ପଦ
ପ୍ରକୃତିଦତ୍ତ ବନ୍ୟ ସମ୍ପଦ
ପ୍ରକୃତି କୋଳରେ ଜନ୍ମ ନେଇଛନ୍ତି
ସର୍ବ ମନୁଷ୍ୟ
ଅଂଗାଗି ଭାବେ ଜଡିତ ପରା ପ୍ରକୃତି
ସହ ମଣିଷ ।
ଜୀବନଧାରଣ ଯେପରି ସନ୍ତୁଳିତ
ରହିବ ପୃଥିବୀରେ
ଉଦ୍ଭିଦ କୋଷର ରଚନା ହୋଇଛି
ମୋ ମା ମାଟିରେ ।
ବହୁ ଯୁଗରୁ ପୃଥିବୀ ପରିପୂର୍ଣ୍ଣ ଥିଲା
ଜଙ୍ଗଲରେ
ବହୁ କାଳରୁ ମଣିଷ ବଢ଼ିଛି ପ୍ରକୃତି
କୋଳରେ ।
ବୃକ୍ଷଲତା କରନ୍ତି ପୃଥିବୀର
ଜଳବାୟୁକୁ ସନ୍ତୁଳନ
ଶୁଦ୍ଧ କରି ପାରନ୍ତି ବୃକ୍ଷଲତା
ଆମର ବାତାବରଣ ।
ଛାୟା ପ୍ରଦାନ କରନ୍ତି ଶାଖା ଓ
ପତ୍ର ଗୁଡିକ ବୃକ୍ଷ ଲତାର
ବେଗକୁ ତୀବ୍ର କରିବାରେ ସହାୟକ
ହୋଇଥାନ୍ତି ବାୟୁର ।
ପତ୍ର ସକ୍ଷମ ବାୟୁରେ ଥିବା କ୍ଷତିକାରକ
ତତ୍ତ୍ବ ଗୁଡିକୁ ଛାଣିବାରେ
ବୃକ୍ଷଲତାର ବାଷ୍ପ ଉତ୍ସର୍ଜନ ପ୍ରକ୍ରିୟାରେ
ବାତାବରଣ ଆର୍ଦ୍ର ରହିପାରେ ।
ଅତ୍ୟଧିକ ଅମ୍ଳଜାନ ଛାଡିଥାନ୍ତି, ତୁଳସୀ,
ନିମ, ଅଶ୍ୱତ୍ଥ, ବର
ମୃତ୍ତିକାର ସ୍ଥିରୀକରଣ ଦ୍ଵାରା କ୍ଷରଣକୁ
ରୋକିଥାଏ ଚେର ।
ପ୍ରତ୍ୟେକ ବୃକ୍ଷ ଓ ଲତାରେ ଏକ ବିଶେଷ
ପ୍ରକାର ସୁଗନ୍ଧ ଥାଏ
ତାହାକୁ ବିଞାନ ଶାସ୍ତ୍ରରେ ପରା ଅରୋମା
ବୋଲି କୁହଯାଏ ।
ତୈଳ ଜାତୀୟ ପଦାର୍ଥ ଯୋଗୁଁ ଏପରି
ସୁଗନ୍ଧ ବାହାରି ଥାଏ
ବାତାବରଣରେ ଏହି ତୈଳୀୟ ପଦାର୍ଥ
ପରା ବ୍ୟାପି ଥାଏ ।
ତୈଳୀୟ ପଦାର୍ଥକୁ ଗ୍ରହଣ କରନ୍ତି ରହୁଥିବା
ଯେତେ ଲୋକେ ବୃକ୍ଷ ଲତା ଆଖ ପାଖର
ଉତ୍ତମ ପ୍ରଭାବ ପଡିଥାଏ ମନୁଷ୍ୟ ଶରୀର
ଓ ତା’ର ସ୍ଵାସ୍ଥ୍ୟ ଉପର ।
ମଣିଷ ବଞ୍ଚୁଥିଲା ପ୍ରକୃତି ଉପରେ
ନିର୍ଭର କରି
ଜଳବାୟୁରେ ଆବଶ୍ୟକ ସନ୍ତୁଳନ
ରକ୍ଷା କରି ।
ଗାଁ ମାନଂକରେ ସମସ୍ତ ଆଦିବାସୀ ନିଜର
ମୁଖ୍ୟ ମାନନ୍ତି ଜଙ୍ଗଲକୁ
ଜଙ୍ଗଲର ସେବା ପାଇଁ ସେମାନେ ସମର୍ପିତ
କରିଛନ୍ତି ନିଜ ଜୀବନକୁ ।
ଏବେ ସମୟ ବଦଳି ଯାଇଛି, ଅରଣ୍ୟ
ଉଭେଇ ଯାଉଛି
ନାନା ବର୍ଣ୍ଣ, ବୈଚିତ୍ର୍ୟ ଓ କାକଳିର ଦେବ
ସୁତଗଣ ମରି ହଜି ଯାଇଛି ।
ବିହଙ୍ଗ ବିହୀନ ବିଦେଶୀ ବୃକ୍ଷରାଜି ଆଜି
ଦେଖୁଛେ ରାସ୍ତା କଡ଼ରେ
ଖାଁ ଖାଁ ନିଷ୍ଫଳା ଚାଷଜମି, ଚଳଛେ ଆମେ
ଧୂଆଁଳିଆ ଦିଗବଳୟରେ ।
ଦିନେ ଯେଉଁ ଅଞ୍ଚଳ ଥିଲା ଜଙ୍ଗଲ, ଆଜି
ହୋଇଛି ସହର ବଜାର
ନୈସର୍ଗିକ ପ୍ରାକୃତିକ ସମୃଦ୍ଧି ଆଉ ନାହିଁ, ତା
ପରା କାର୍ଯ୍ୟବଳୀ କୃତଜ୍ଞ ମଣିଷର ।
ହଜାଇ ଦେଇଛି ଆଜିର କୃତ୍ରିମତା ସେହି
ଆଲୋକିତ ପଥର ସନ୍ଧାନ
ସୁମଧୁର ପଲ୍ଲିଗୀତ, ମଣିଷର ସରଳତା ଓ
ଉତ୍କୃଷ୍ଠ କଳା କୌଶଳ ଆଜି ସପନ ।
ଆଜି ଜରୁରୀ ହୋଇ ପଡିଛି ପ୍ରକୃତିଦତ୍ତ
ବନ୍ୟ ସମ୍ପଦକୁ କିପରି ବଞ୍ଚାଇବା
ଏହା ସହିତ ଆସ ସବୁ ଭଉଣୀ ଭାଇ ବୃକ୍ଷ
ରୋପଣ ଅଭିଯାନକୁ ସଫଳ କରିବା ।