କିଛି ଯାଏ ଆସେ ନାହିଁ
କିଛି ଯାଏ ଆସେ ନାହିଁ
ଯେବେ ଜୀବନର ଆର ପୃଷ୍ଠା ଖୋଲି
ଦେଖି ସମ୍ବଳିତ ତତ୍ତ୍ୱ
ନିଶ୍ଚେ ଜାଣି ବୁଝି କାମ କରିଯିବ
କରାୟତଗତ ନାହିଁ ହାତ
ପାଉଁଶ ଭିତରୁ ଆୟୁଷ ଆଶିଷ ଖୋଜି
ପାଇଛି କିଏ କଣ କୁହତ
ମାନିନେଇଗଲେ ଝଡ଼ ଝଞ୍ଜା ସବୁ
ଆସି ଦେବେ ନିରୁତା ପତ୍ର
ମଣିଷ ଦେଖୁନି ମଣିଷର ମନ ପବିତ୍ର
ଗଢୁଛି ମିନାର ସ୍ୱାର୍ଥ ସମ୍ଭଳିତ
ଆଜିର ବଡେଇ କାଲିକି ଗଡେଇ
କହିବେ ଭାଗ୍ୟ ଫଳ କେ ନେବ କୁହତ
ଆଜିକାଲି ସବୁ ଦେଖି ଶୁଣି ଆଖି ବୁଜିଲେ
ସହିଷ୍ଣୁତା ନାମ ସାର୍ଥକ ଶୁଶୃତ
ଅଧର୍ମ ବିତ୍ତ ବଢେ ବହୁତ
ଗଲାବେଳେ ଯାଏ ମୂଳସହିତ
ସହିହେଉନାହିଁ ଏଇ କଥାତ
ଏଇ କଥାକୁ ନାଆ ପେଲିଦେଲି
କଲିକତାକୁ ହେବାକୁ ଆଦୃତ
ଲୋକେ ବୋଲିବେ କଣ କହୁଥିବା ଲୋକ
ପଛକୁ ନଥାଏ ନିଜର ପୁତ୍ର
କାଣୀ ବିଲେଇଟା କୁଜି ଅସରପା ଉପରେ
କହେ ମୋ ସରି କେହି ଏଠି ନାହିଁତ
ବିଲେଇ କପାଳକୁ ଶିକାଟା ଛିଣ୍ଡିଲା
ଆଖି ବୁଜିଦେଇ ବିଲେଇ କହୁଛି
କିଛି ଯାଏ ଆସେ ନାହିଁ ମୋର ତ
ଆଉ ଦି ଦିନର କୁଣିଆ ମୁଁ ଏଠି
କାହିଁକି ଭାବନାରେ କରିବି ପାପ ସମାହିତ
