STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଦିନେ ନ ଭଜିଲେ

ଦିନେ ନ ଭଜିଲେ

1 min
248


 ଦିନେ ନ ଭଜିଲେ   ତୁମ ନାମ ଗୁଣ 

      ସନ୍ତୋଷ ମିଳେ ନି ମନେ 

ଜଗତର ନାଥ    ତୁମେ ଜଗନ୍ନାଥ 

      ସୁଖ ଦୁଃଖ ସାଥୀ ତୁମେ।

ଜନମ ଲଭିଲେ  ମରଣ ନିଶ୍ଚିତ

       ଭୟ କରିବା କାହିଁକି 

ତାଙ୍କରି ନାମରେ  ଭଲ କାମ କରି 

       ସଜାଡ଼ିବା ଯେ ମହୀକି।

ପାଇଛୁ ମଣିଷ   ଜୀବନ ହେ ଭାଇ 

       ପଥ ଭ୍ରଷ୍ଟ ହେବା ନାହିଁ 

ମାନବର ସେବା   ମାଧବ ଙ୍କ ସେବା 

       ହେଉ ଧ୍ୟେୟ ଆମ ପାଇଁ।

ମରଣ ପୁର୍ବରୁ  ସୁନିଶ୍ଚିତ ହେବା 

      ରଚିବା କିଛି କିରତୀ 

ପରମ୍ପରା ହେବ  ସଦା ମହନୀୟ 

      ଏଇ ଆମ ଜଗା ପ୍ରୀତି।

ଏତିକି ମାଗୁଣି   ତବ ଶ୍ରୀ ପୟରେ 

       ପତିତ ପାବନ ହରି 

ଜଗତ ଜନଙ୍କ   ଉଦ୍ଧାର ନିମନ୍ତେ 

      ଆସ ନିତ୍ୟ ଅବତରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action