STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଶକ୍ତିମୟୀ ସୁହାସିନୀ

ଶକ୍ତିମୟୀ ସୁହାସିନୀ

1 min
248



ତୁମେ ଅଦମ୍ୟ ସାହସ ତୁମେ ଧୈର୍ଯ୍ୟର ଭୂମି

ତୁମେ ପ୍ରଚଣ୍ଡ ଆତ୍ମବିଶ୍ବାସୀ ଆତ୍ମଶକ୍ତିର ଦୃଷ୍ଟାନ୍ତ,

ମନରେ ତୁମର ପୃଥିବୀର ଶକ୍ତି ଅସୀମ ଭକ୍ତି

ମୂଲ୍ୟବାନ ତୁମ ଜୀବନ ମାର୍ଜିତ ତୁମ ଉକ୍ତି,


ତୁମେ କୋମଳତାରେ ପୁଷ୍ପ ଶୃଙ୍ଖଳାର ଶିକୁଳି 

ତୁମେ ସଂସ୍କାରରେ ଧନୀ ପୁଣି ମାନୀ ଅଭିମାନୀ

ଆତ୍ମନିର୍ଭରଶୀଳର ଏକ ସରଳ ସୁନ୍ଦର ପ୍ରତୀକ

ତୁମେ ଶକ୍ତି ତୁମେ ସାଜିଛ ନିଜେ ନିଜର ରକ୍ଷକ,


ହସ ସାମ୍ରାଜ୍ୟର ବୀର ରାଜକୁମାରୀ ତୁମେ

ତୁମ ହସରେ ଶତ୍ରୁ ଯେତେ ହୁଅନ୍ତି ପରାଜିତ 

ଦୃଢ଼ ପ୍ରତିଜ୍ଞାର ମଣିଷ ତୁମେ ବିଶ୍ୱାସର ନିଦର୍ଶନ 

ତୁମ ଜୀବନ ଏକ ଉଦାହରଣ ପ୍ରେରଣା ସ୍ରୋତ,


ତୁମେ ସହନଶୀଳତାର ଶ୍ରେଷ୍ଠ ସାର୍ଥକ ପ୍ରାଣଟିଏ 

ସଂଘର୍ଷର ସାହସପଣ ତୁମ ଧମନୀରେ ପ୍ରବାହିତ 

ତୁମେ ସମ୍ମାନଯୋଗ୍ୟା ନାରୀ ତୁମପାଇଁ ମଥାନତ

ତୁମେ ଶିକ୍ଷା-ସଂସ୍କୃତି ଓ ସମୟର ସୁସ୍ଥ ଏକ ପଥ ।


Rate this content
Log in

Similar oriya poem from Abstract