STORYMIRROR

Sunanda Mohanty

Abstract Romance Action

4  

Sunanda Mohanty

Abstract Romance Action

ପ୍ରେମିକା

ପ୍ରେମିକା

1 min
402


ପ୍ରେମିକା ସିଏ ଯିଏ ଗଛ ପରି ଛାଇ ଦିଏ 

ଅମୃତ ବୋଳା କଥା ଚନ୍ଦନ ବାସ୍ନା ଥାଏ 

ପତ୍ନୀ ହୋଇ ନଦୀ ପରି ଧୋଉଥାଏ ପାଦ 

ବାନ୍ଧବୀ ହୋଇ ପାହାଡ଼ ପରି ଦିଏ ଦମ୍ଭ 

ସାଥି ସିଏ ଋତୁର ନବଗୁଞ୍ଜରରେ 

ପ୍ରୀତି ଢାଳି ତୁଳସୀ ପୁଜେ ଚଉରା ମୂଳରେ 

ମଧୁମକ୍ଷୀ ଦୁର୍ଦଶାରେ କାନ୍ଧେ ହାତ ଥାଏ 

ବିରୁଡି ଓ ମହୁମାଛି ବନି ଘର ଘରଣୀ ହୁଏ 

ଫୁଲ ପରି କୋମଳ କଥା ସୁକୁମୋଳ 

ସୂର୍ଯ୍ୟ କେଵେ ଚନ୍ଦ୍ରମା ଦେଖି ବେଳକାଳ 

ଝରଣା ପରି ଛୁଏଁ ଦୁଇକୂଳ 

ଶ୍ରାବଣୀ ସେ ମେଘ ଯାଏ ହୋଇ 

ଫଗୁଣରେ ଚାତକିନୀ ସାଜିଥାଇ 

ବର୍ଷାରେ ମେଘ ହୋଇ

ଶୀତରେ ଗାଉଥାଏ ପ୍ରକୃତି ବନ୍ଦନା 

ବସନ୍ତରେ ଆନମନା ସଜ୍ଜଳ ନୟନା 

ପ୍ରତିଦିନ ପ୍ରତି ରାତି ମୁଠାଏ ପାଉଁଶ 

 ବିହୁନେ ଅନ୍ଧାର ଆସେ ଆକାଶେ ଉଆଁସ

ହସର ପରଶରେ ଗଢେ ସୁନେଲି ଉଆସ

ପ୍ରେରଣାର ଜଉଘରେ ନଥାଏ ବତାସ 

ମିନତି ସେ କରେ ନିତି ତ୍ରାସ କରି ହ୍ରାସ 

କାମିନୀ ସେ ପୁଣ୍ୟ ନିକିତିରେ ମାପେ ଚଦ୍ରହାସ

ପାପ ନିକିତିରେ ପୁଣ୍ୟର କରାଇ ମାପ 

ଝଡ଼ ଆସି ଖୁଣ୍ଟି ନାଣ୍ଟି ଝୁଣ୍ଟି ଝୁଣି ଦେଖାଏ ତୋପ 

ହସି ହସି ଚିତ୍ରଲେଖା ସହେ କରି ଜପତପ 

,,,,,,,,,,,,,,,,,,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract