STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ସେ କାଳର ଗୁରୁକୁଳ ଆଜିକାର ବିଦ୍ୟାଳୟ

ସେ କାଳର ଗୁରୁକୁଳ ଆଜିକାର ବିଦ୍ୟାଳୟ

1 min
348


ସେ କାଳର କଥା  ପଡୁ ଅଛି ମନେ 

        ଅରଣ୍ୟରେ ଗୁରୁ କୁଳ 

ଆଶ୍ରମ ଗଢନ୍ତି    ଶିଷ୍ୟ ଉତାରନ୍ତି 

       ନୈତିକତା ଯାର ବଳ।

ପାଠ ସାଥେ ଶାଠ   କଷଟି ପଥରେ 

       ନିତି ହେଉଥାଏ କଷା 

ଜୀବନର ପ୍ରତି   କ୍ଷେତ୍ରେ ସେହି ଶିଷ୍ୟ 

       ନ ହୁଅନ୍ତି ଲୋକ ହସା।

ରାଜ ପୁତ୍ର ଅବା   ସାମନ୍ତଙ୍କ ପୁତ୍ର

       ନଥାଏ କିଛି ଫରକ 

ଗୁରୁ ପାଇଁ ଶିଷ୍ୟ   ସମାନ ଜ୍ଞାନରେ 

       ଜ୍ଞାନ ଦାନେ ଅଭିଷେକ।

ଗୁରୁକୁଳ ଶିକ୍ଷା    ସରି ସରି ଗଲେ 

       ଶିଷ୍ୟ ବାହୁଡ଼ି ଆସନ୍ତି 

ଜୀବନ ଜୀବିକା   ନିଜେ ସମ୍ଭାଳନ୍ତି 

       ନିଜ ଗୁଣରେ ବାସନ୍ତି।

ସେକାଳ ଆଶ୍ରମ   ନାହିଁ ଆଜି କାଲି 

       ଗଢି ଉଠେ ବିଦ୍ୟାଳୟ 

ଶିକ୍ଷାର ବଳୟ    ସଂକୁଚିତ ହୁଏ

      ନାହିଁ କେଉଁଠାରେ ଲୟ।

ଶିକ୍ଷା ନିକେତନେ  ବେପାର ବଣିଜ

      ବାଧା ପ୍ରାପ୍ତ ଶିକ୍ଷା ଦାନ 

ଶିକ୍ଷାର ମହତ    ଲୋପ ପାଇଲାଣି 

      ମାନ ହୋଇଛି ମଳିନ।

ସତ୍ୟବାଦୀ ର ସେ   ବକୁଳ ବନରେ 

       ଅବା ନାଳନ୍ଦା ପୀଠରେ 

ଶାନ୍ତି ନିକେତନ    ଗୁରୁକୁଳାଶ୍ରମ 

       ନ ଦିଶେ କେଉଁ ସ୍ଥାନରେ।

ଏବେ ଦେଖା ଯାଏ   ରଙ୍ଗ ବେରଙ୍ଗ ର 

        କେତେ କେତେ କୋଠା ବାଡ଼ି 

ଶିକ୍ଷା ଘର ଶୂନ୍ୟ   କର୍ପୁର ଉଡ଼ିଛି 

        କନା ରହିଅଛି ପଡ଼ି।

ଏ କଥାକୁ ହେଜି   ଚାଲିବାକୁ ହେବ 

        ଶିକ୍ଷା ବର୍ତ୍ତିକାକୁ ଧରି 

ଗରବେ କହିବା   ଆମେ ଭାରତୀୟ 

       ଆମ ଶିକ୍ଷା କେଡେ ଭାରି?

ଆମ ଗୁରୁକୁଳ    ଆମ ବିଦ୍ୟାଳୟ

        ସଦା ମଣିଷ ଗଢଇ 

ଆମରି ବ୍ୟବସ୍ଥା   ବିଶ୍ୱରେ ପ୍ରସିଦ୍ଧ 

        ଆମ ଶିକ୍ଷା କାଳ ଜୟୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action