STORYMIRROR

Debabrata Mishra

Abstract Action Classics

4  

Debabrata Mishra

Abstract Action Classics

ଶ୍ରୀମୟୀ ସୁହାସିନୀ

ଶ୍ରୀମୟୀ ସୁହାସିନୀ

1 min
427


କିଛି ଅକ୍ଷର ଯୋଡ଼ି ପଦ, ଶବ୍ଦ ଲେଖୁଥିଲି

ତୁମେ ଅର୍ଥ ହୋଇ ଆସି କବିତା ସାର୍ଥକ କଲ

କଳ୍ପନାର ପଥରେ କାଟୁଥିଲି କେତେ ଗାର

ତୁମ ଭାବ ହୋଇ ଆସି କବିତା ଜୀବନ୍ତ କଲ,


ତୁମେ ମନଘର, ହୃଦୟାଳୟକୁ ଆସିବା ଦିନୁ

ଅନ୍ତଃର ଆତ୍ମାଟି ମୋର ପୁଲକିତ, ମହକିତ

ପ୍ରେମୀଟିଏ ହିଁ ଜାଣେ ଅନୁଭବର ଭବ୍ୟତା

ସ୍ନାନ କରେ ତୁମ ପ୍ରୀତି ଭାବନାରେ ମୁଁ ନିତ୍ୟନିତ୍ୟ,


ତୁମ ଶୁଭ୍ର ପାଦଦୁଇ ଦିଶେ ସତେ ପଦ୍ମର ପାଖୁଡ଼ା

ନୀରିମାଖି ସଜଳ ନୟନ ଦିଶେ ତୁମ ନୀଳ ସାଗର

ତୁମ ପାଉଁଜି ଶବଦେ ଶୁଣେ ମୁଁ ପୂଣ୍ୟତାର ପ୍ରତିଧ୍ଵନି

ଶ୍ରୀମୟୀ ସୁହାସିନୀ ତୁମେ ଅସରନ୍ତି ମହାକାବ୍ୟ ମୋର,

ତୁମେ ଝରଣା, ତୁମ ମିଠାକଥା ସତେ ସୁମଧୁର ବୀଣା

ତୁମ ହସ ମୋର ସାଧନା, ତୁମ ଲୁହ ଅମୂଲ୍ୟ ମୋତି

ତୁମ ସୁଖର ଦୁନିଆ ତୁମର, ମୁଁ ତୁମ ପାଇଁ ଯୁଗଯୁଗର

ମୋ' ପୁନଃନିର୍ମାଣର ତୁମେ କାରଣ ତୁମେ ବିଶ୍ୱକର୍ମା ମୋର ଅସୀମ-ଅକ୍ଷୟ ତୁମ ସହ ମୋ' ସମ୍ପର୍କ ହେଉ ଅସରନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract