STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଗାଆଁ ପରିବେଶ

ଗାଆଁ ପରିବେଶ

1 min
241


ଗାଆଁ ପରିବେଶ  ପ୍ରକୃତିର ଶୋଭା

      ନାହିଁ ଆଉ ଆଗ ଭଳି

ତୋଟାରେ ହେଉନି   ବଣ ଭୋଜି ଜମା

       ପିଲାଙ୍କ ଖେଳ ଗହଳି।

ବାସୁ ନାହିଁ ଏବେ   ବଣ ଫୁଲ ବାସ

       ମହ ମହ ପବନରେ

କୋଇଲି ଗାଉନି   କୁହୁ କୁହୂ ସ୍ୱରେ

      ନାହିଁ ତୋଟା କେଉଁ ଠାରେ।

ବଣ ପଦା ହେଲା  କୁରାଢି ଚୋଟରେ

       ଭୂଇଁ ହୋଇଛି ଟାଙ୍ଗରା

ମଣିଷ ବିଚରା   ଅମଣିଷ ହୋଇ

      ବିନାଶ ଆଣିଛି ପରା।

ମାଟି ମାଆ କହେ   କୋଟି କୋଟି ବୃକ୍ଷ

       ରୋପି ଦିଅ ତାର କୋଳେ

ଅଳପ ଦିନରେ    ସବୁଜ ସୁନ୍ଦର

       ସବୁଜିମା ହେବ ବଳେ।

ଆମରି ଦେବତା   ଚତୁର୍ଦ୍ଧା ମୂରତି

      ନିମ୍ବ କାଠରେ ନିର୍ମିତ

ମାଟି ମାଆ ଡାକ   ଶୁଣିବାକୁ ହେବ

      ଆନନ୍ଦେ ପୂରିବ ଚିତ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action