ଅଜବ ନଗରୀର ଗଜବ କଥା
ଅଜବ ନଗରୀର ଗଜବ କଥା
ତଳେ ଉପରେ ସବୁଠି ନୀଳର ଆବରଣ
ନଗରୀର ଲୋକ ସବୁ ପିନ୍ଧି ନୀଳ ଆସ୍ତରଣ
କହୁଥିଲେ ନୀଳ ପର୍ବ ଆସିଛି ତ ସେଥିପାଇଁ
ନଈ ନାଳ ହ୍ରଦ ସମୁଦ୍ରର ଜଳ ନୀଳକୁ ପିଇ
ନେଳି ହୋଇ ବୋଳି ନୀଳ ହୋଇଛି ଧବଳ
ଘାସ ବି ମାଗିଲା ଉଧାର
ପକ୍ଷୀର ପତର ଘର ସବୁ ନୀଳ
ନୀଳନଈ ଜଳରେ ନୀଳ ଦେହ ଧୋଇ ବାରମାସୀ
ଛଡେଇର ଡାକ ଶୁଭୁଥିଲା ମକର ବଉଳ
ନୀଳ ଲେଡି ବାର୍ଡ ସାଇକେଲ ଥୋଇ
ନୀଳ ରଙ୍ଗ ମାଖୁଥିବା ଝିଅ ନାମ ବୋଧେ ରାଧା
କୃଷ୍ଣ ପ୍ରେମେ ରାଧାଙ୍କୁ ସବୁ ଦିଶେ ନୀଳ
ତମାଳ ବକୁଳ ଶୁଆ ଶାରୀ ଦେଖି ସେ ପାଗଳ
ଏବେ କାହ୍ନୁ ଯିବା ପରେ
ଯମୁନାରେ ନାହିଁ ନୀଳ ଫେନିଳ
ନଈର ପାଣିରେ ଖେଳୁନି ମାଛ ପିନ୍ଧି ନୀଳ ଖୋଳ
ରାଧା ସିନା ମାନଭଞ୍ଜନ ବେଳେ
କହୁଥିଲେ ଦେଖାନା ଲୋ ମକର ବଉଳ
ମତେ ଆଉ ନୀଳକାନ୍ତି ନୀଳ
ନୀଳ ବିଷ ପିଇଦେବି କହି ହେଉଥିଲେ
ଆକୁଳ ବିକଳ ଡହଳ
ଏବେ କଥାଟା ଏକଦମ ପଲଟି ବହଳ
ରାଧା ମାଗୁଛନ୍ତି ନୀଳ ବଇଁଶୀଟିକୁ ଦିଅ ଆଣି ବଉଳ
ଜୀଵନ ତମାମ ନୀଳ ଦେଖି ଦେଖ ଧରଣୀ ଶ୍ୟାମଳ
ସେହି ଲେଡି ବାର୍ଡ ସାଇକେଲ ଗାର୍ଲ ପିନ୍ଧିଛି
ପୋଷାକ ଘନନୀଳ ବହଳ
ତାକୁ କେହି କେହି କହନ୍ତି
ଫୁଲ ତୁ ନିଶ୍ଚୟ ରାଧାତମାଳ।
