STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ନୀଳ କନ୍ଦର ରେ

ନୀଳ କନ୍ଦର ରେ

1 min
239


ନୀଳ କନ୍ଦର ରେ   ବିରାଜି ଅଛନ୍ତି 

     ସଙ୍ଗରେ ଭ୍ରାତା ଭଗିନୀ 

କେତେ କେତେ ସାଧୁ   ସନ୍ଥ ଗୁରୁ ଜନ 

     କରନ୍ତି ନିତି ଦୟିନୀ।

ଜଗତ ଜନଙ୍କୁ    ସଦା ଚାହିଁ ଥାଅ 

      ଆଶିଷ ବାରି ବରଷି 

ଅଶାନ୍ତି ଅନୀତି   ଦୂରୀଭୂତ ହେଉ

     ଧରିତ୍ରୀ ମାଆ ଯେ ଖୁସି।

ଯେ ଯାହା ମାଗିଛି  ପାଇଛି ସେ ତାହା 

      ଏମିତିକା ଦାରୁ ବ୍ରହ୍ମ 

ଭାବ ବିନୋଦିଆ   ଭାବ ରଖିଥିଲେ 

       କରନ୍ତି ସର୍ବ ପୂରଣ।

ପତିତପାବନ   ବାନା ଉଡୁ ଅଛି 

     ପତିତ ପାବନ ପାଇଁ 

ଗର୍ବ ଅହଙ୍କାର  ଛେଦନ କରନ୍ତି 

     ଧରମ ସୁରକ୍ଷା ନେଇ।

ମୁକତି ଦେଉଛ  ମର୍ତ୍ତ୍ୟ ବୈକୁଣ୍ଠ ରେ 

      କୈବଲ୍ୟ କଣିକା ଦେଇ 

ତୁମେ ହିଁ ଚାଳକ   ତୁମେହିଁ ସଂହାର 

       ତୁମ ପରି କେହି ନାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action