ଯୌବନ
ଯୌବନ
ବୟସର ଗୋଲାପି ସପନ
ଦେଖାଏ ଯୌବନ
ଛାତି ତଳେ ମିଠା ଆଲୋଡନ
ପ୍ରଜାପତି ମନ
ମହୁଆ ମାଦକ ଭରା ସପନ
ମହ ମହ ବାସେ ମଲ୍ଲିଫୁଲିଆ ମନ
ତନୁ ତୀର୍ଥ ଭରା ଉନ୍ମାଦନ
ତନ୍ମୟ ତଲ୍ଲୀନ ହୁଏ ତନୁ ମନ
ପ୍ରୀତି ଜୁଆରେ ଅପୂର୍ବ ଝଙ୍କାରେ
ଆନମନା ହୁଏ ମନ
ବିଳାସ ବହଳ ଅଙ୍ଗନ ବ୍ୟଞ୍ଜନ
ଅଙ୍ଗେ ଅଙ୍ଗେ ଶିହରଣ
ପ୍ରୀତି ଫୁଲବନ ମଳୟ ପବନ
ନୀଳ ସପନ ଦେଖେ ନୟନ
ଅଙ୍ଗେ ଅଙ୍ଗେ ତରଙ୍ଗ ମଧୁମୟ ରଙ୍ଗ
ବୟସରେ କୃଷ୍ଣଚୂଡା ସମ୍ମୋହନ
କାଉଁରୀ ମାୟାରେ ତନ୍ମୟ ମନଧନ
ଧରା ଲାଗେ ସୁଶୋଭନ ବନ
ପୁଲକିତ ପ୍ରାଣ ପ୍ରୀତିର ପାର୍ବଣ
ଋତୁ ଲାଗେ ଫଗୁଣ
ନୟନ କୋଣେ ଜାଗେ ପ୍ରେମ ସ୍ବପ୍ନ
ରଙ୍ଗ ଭରିଛି ଯେଣୁ ଯୌବନ
ତରୁଣ୍ୟରେ ନାହିଁ କାରୁଣ୍ୟ ଆଜି
କେବଳ ଲାବଣ୍ୟର ପଦ୍ମବନ
