Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumar Mrutyunjay

Others

4.1  

Kumar Mrutyunjay

Others

ଭିନ୍ନ ଇଚ୍ଛା

ଭିନ୍ନ ଇଚ୍ଛା

1 min
11.5K


ଏକ ପାଗଳ ଭ୍ରମର ସଦୃଶ

କବିତା କଳିକା ରସ ଆସ୍ୱାଦନେ 

ମାତିଥାଏ ଦିବାନିଶ 

ତଥାପି ମେଣ୍ଟୁନି ଶୋଷ !


ସାହିତ୍ୟ ଜଗତେ ବିଶାଳ ବଗିଚା 

ଛୋଟ ଛୋଟ ଫୁଲ କଢ଼ି 

କେବେ ଅବା କେଉଁ ବିଶାଳ ପୁସ୍ତକ 

କେବେ ପୁଣି କୁନି ବହି 

ପଢୁଛି ପଢ଼ିବି ପଢି ଚାଲିଥିବି 

କରିବିନି କେବେ କ୍ଷୋଭ 

ସାହିତ୍ୟ ତୃଷାର ଶୋଷ ମେଣ୍ଟିଗଲେ 

ଜୀବନ ହୋଇବ ଶେଷ !


ବଗିଚାର ମାଳି ତା' ହାତେ ରଖିଛି 

ସଦର ଦୁଆର ଚାବି 

କେବେ ମୋର ମନୁ ଉଭା ନହେଉ 

ସୁନ୍ଦର ସୃଜନୀ ଛବି !


ଗଳ୍ପ ଜଗତ କବିତା ଦୁନିଆ 

ଉପନ୍ୟାସ ପରିବାରେ 

ନାଟକ ଅଚିରେ ସହାୟକ ହେଉ 

ମଧୁ ସୁଧା ପାଇବାରେ !


ଈଶ୍ୱର କରନ୍ତୁ ଯେପରି ନିଶ୍ୱାସ 

ଥିବା ଯାଏ ଉଡି ଉଡି 

ଭଲ ମନ୍ଦ ସବୁ ବିଚାର କରିବି 

ସୁମନ ପୁସ୍ତକ ପଢି !



Rate this content
Log in