Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumar Mrutyunjay

Inspirational

3  

Kumar Mrutyunjay

Inspirational

ଏକତା

ଏକତା

1 min
12.1K


ମନେ ପଡେ ପିଲାଦିନ ଗପ

ଏକତା ହିଁ ବଳ 

କେତେ ସାଙ୍ଗ କେତେ ସାଥି 

କେତେ ଅବା ଖେଳ 

ସବୁଠି ଏକତା ମୈତ୍ରୀ ସୌହାର୍ଦ୍ୟ 

କରେ ବିରାଜିତ !


ଏକତା ବଳରେ ତୋଳା 

କେତେ କେତେ ଗଡ଼ 

ଗଢ଼ା ଗୀର୍ଜା ମସଜିଦ ଦେଉଳ 

ପୁଣି ଏକତା ବଳେ ଜିତିବା 

ହୁଏ କେତେ ସରଳ 

ହେଉ ଅବା ଯୁଦ୍ଧ ହେଉ ଅବା ଖେଳ !


ଇତିହାସ ଯା'ର ସାକ୍ଷୀ 

ବିହୁନେ ଏକତା ଏଠି 

ଇଂରେଜ ରାଜୁତି 

ମୋଗଲଙ୍କ ଅଧୋଗତି 

ଅବା ଝାନସୀରାଣୀର ଆସନ୍ନ 

ବିଜୟର ଏକ ପଥରୋଧ ଗତି !


ଏକତା ବିନା ଜାତି 

ନା ତିଷ୍ଠିଛି ନା ତିଷ୍ଠିବ 

ଏମିତି କେତେ କେତେ ଜାତି 

ଏକତା ବିହୁନେ ହେଲେ ବିଲୁପ୍ତି !


ଏକତାର ମହାଶକ୍ତି 

ଯିଏ ବୁଝିଛି ଯିଏ ଜାଣିଚି 

ତା' ପାଇଁ ବ୍ୟକ୍ତି ଅପେକ୍ଷା 

ଜାତି ଦେଶ ଭକ୍ତି 

ଦୁନିଆର ସବୁଠୁ ବଡ଼ ପୀରତି ! 



Rate this content
Log in

Similar oriya poem from Inspirational