STORYMIRROR

Kumar Mrutyunjay

Tragedy

3  

Kumar Mrutyunjay

Tragedy

ଡାକ୍ତର

ଡାକ୍ତର

1 min
11.7K

କେହି ଈଶ୍ୱରଙ୍କୁ ଦେଖିଚ 

ଗୀର୍ଜା ମନ୍ଦିର ମସଜିଦ 

କେତେ ଆଡେ ଖୋଜିଛ 

କେବେ ପାଇଛ


ଯଦି କେବେ ପାଇବ, 

ନିଶ୍ଚେ ପ୍ରଶ୍ନ କରିବ 

ଯଦି ଦୁଃଖ ଦେବାର ଥିଲା 

ତେବେ ସୁଖ କାହିଁ ଦେଲ

ଯଦି ରୋଗ ଦେବାର ଥିଲା 

ଶରୀର କାହିଁ ଦେଲ? 

ଯଦି ମୃତ୍ୟୁ ଦେବାର ଥିଲା 

ଜନ୍ମ କାହିଁକି ଦେଲ


କେତେ କେତେ ଫୁଲ 

ଅଜଣା ଝଡରେ 

କେତେ କେତେ ଗଛ 

ଅଜଣା ଚଡ଼କରେ 

କେତେ କେତେ ଜୀବ 

ଅଜଣା ରୋଗରେ 

ଯଦି ଟଳି ପଡ଼ିବାର ଥିଲା 

ତେବେ ଏଇ ବିଶ୍ୱାସ କାହିଁକି ଦେଲ


ମୁଁ ଦେଖିଚି ମାନବ ଈଶ୍ୱର 

ଚଳନ୍ତି ଠାକୁର 

ପୁରାଣ ପରି ଚାରିହାତ ନାହିଁ 

ହେଲେ ଦୁଇ ହାତ କାଫି, 

ଶେଷ ଯାଏଁ ଲାଗି ପଡନ୍ତି 

ବଞ୍ଚେଇବାକୁ ନିଶ୍ୱାସ 

ଦେବାକୁ ଏକ ନୂତନ ଆଶା 

ନୂତନ ଭରସା, 

ସେ ଆଉ କେହିନୁହେଁ 

ଆମ ଡାକ୍ତର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy