Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Horror Romance

4  

Satyanarayan Sahoo

Horror Romance

ବିସ୍ମୟକର  ବିପର୍ଯ୍ଯୟ

ବିସ୍ମୟକର  ବିପର୍ଯ୍ଯୟ

1 min
312


ବିସ୍ମିତେ ସହସା କାହୁଁ ଜଣେ ପରେ ଜଣେ

ବାହାରିଲେ ରୋଗୀ ସାଜି ନିତି ପ୍ରତି କ୍ଷଣେ ।


ବ୍ଯାପି ଗଲା ମହା ମାରୀ କରୋନା ଭୁତାଣୁ

ବିସ୍ତାରିଲା କାୟା ତାର ଖରେ ଚାହୁଁ ଚାହୁଁ ।


ବୈଜ୍ଞାନିକ ,ଚିକିତ୍ସକ , ଜନନାୟକଙ୍କ

ବଣା ହେଲା ବୁଦ୍ଧି ବିଦ୍ଯା ଖେଳିଲା ଆତଙ୍କ ।


ବିଷମ ସମସ୍ଯା କାହୁଁ ଅଇଲା ଭାଳିଲେ

ବିଧିର ବିଧାନ ଆନ କେ କରିବ ଭଲେ ।


ବୈଜ୍ଞାନିକେ ଲାଗି ଗଲେ ଦୂଢ ମନୋବଳେ

ବାହାରିଲା ଅଳ୍ପ ଦିନେ , ଲକ୍ଷଣ ଚିହ୍ନିଲେ ।


ବୀଜାଣୁ କୀଟାଣୁ କିବା ଭୁତାଣୁ  ପ୍ରଭାବେ

ବଢୁ ଅଛି ଏହି ରୋଗ ଏହା ନିରୂପିଲେ ।


ବୀକ୍ଷଣେ ଜାଣିଲେ ମାରାତ୍ମକ ଏ କରୋନା

ବଢାଉଛି କାଢି କେତେ ଭୁତାଣୁ ଚାଇନା ।


ବାୟୁ ରେ ବ୍ଯାପେ ବ୍ଯାପକ ଭାବେ ଏହି ରୋଗ

ବହୁ ଲୋକ ଙ୍କର ଯହିଁ  ଘଟଇ ସଂଯୋଗ ।


ବ୍ଯାପଇ ରୋଗୀଠୁ କ୍ରମେ କ୍ରମେ ଚାରି ଆଡେ

ବାହାର କୁ ବାହାରିବା ନିଷିଦ୍ଧ କରିଲେ ।


ବହୁ ଜନ ସମାଗମ ଦେଲେ ରଦ୍ଧ କରି

ବନ୍ଦ ହୋଇ ଯିବ ଧୀରେ ଏହି ମହା ମାରୀ ।


ବାୟୁ ମାର୍ଗ ଯେଣୁ କରି ପାଟି ଓ ନାସିକା

ବୁଜାଇ ରଖିବା ସଦା ଲଗାଇବା ମୁଖା ।


ବିଶୁଦ୍ଧତା ପ୍ରତି ନିତି ହେବା ସଚେତନ

ବନ୍ଦ କରି ଦେବା ସବୁ ଜନ ସମାଗମ ।


ବିଜ୍ଞାନ  ବାହାର କଲା ଟୀକା କରୋନାର 

ବିଶ୍ବ ଗ୍ରାସି ମହାମାରୀ ମାରି ମାରଣାସ୍ତ୍ର ।


ବିଦୂରିତ କଲା ବେଗେ ପ୍ରତିରୋଧ କାରୀ

ବିଶେଷ ଗୁଣକୁ ଦେହେ ଦେହେ ସେ ସଂଚାରି ।


ବଢାଇଲା ପ୍ରତିରୋଧି ଶକ୍ତି ଆପଣାର

ବିରଚିଲା ଲଢାଇ ଯେ ସାଥେ କରୋନାର ।


ବହୁ ଉଦ୍ଯମରେ ଶେଷେ ହାରିଲା କରୋନା

ବିଜୟୀ ହୋଇଲା ନର ଥମିଲା ଯାତନା ।



Rate this content
Log in

Similar oriya poem from Horror