ଅସରିରୀ ର ବିଳାପ
ଅସରିରୀ ର ବିଳାପ
ଯାଉ ଯାଉ ଦିନେ ସନ୍ଧ୍ୟା ଯାଇ ଥାଏ ଗଡି
ଜଙ୍ଗଲ ରାସ୍ତାରେ ଗଲାବେଳେ ଯେ ହାବୁଡ଼ି ।
ଦେଖିଲୁ ଅଦୂରେ ଜହ୍ନ ଆଲୋକ ରେ ଥିବା
ଜଙ୍ଗଲ ମଧ୍ୟରେ ବୃକ୍ଷ ମୂଳେ କିଏ ଅବା ।
ବସି କାନ୍ଦୁଛନ୍ତି ବାହୁନି ତୁହାକୁ ତୁହା
କେତେ ଦୁଃଖ ମୋତେ ଦେଲୁ ତୁ ଦଇବ ଆହା ।
ଧଳା ପାଟ ଶାଢ଼ୀ ଟିଏ ସେହି ପିନ୍ଧି ଥାଏ
ଲମ୍ବ ଅସ୍ଥି ଟିଏ ଧରି ତହିଁ ବୁଲୁ ଥାଏ ।
ଟ୍ରଚ ଲାଇଟ୍ କୁ ପକାଇ ତହିଁ ଯିବାକୁ
ଉଦ୍ୟତ ହେବାରୁ ଉଭେଇ ଗଲା ଛାଆଁ କୁ ।
ଛାତି ଯେ ଆମର ଛନକା ରେ ଚିରି ହେଲା
ଭାଳିଲୁ ମନ ରେ ଅସରୀରି ଟିଏ ଥିଲା ।
କିଏବା ସେ ସତେ ତନ୍ତ୍ର ସାଧନା ବଳରେ
ଅସାରିରୀ ବେଶେ ବୁଲଇ ବନ ମଧ୍ଯ ରେ ।