Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Horror

4  

Satyanarayan Sahoo

Abstract Horror

ନିସ୍ତବ୍ଧ ଗଳି ର ଚିତ୍କାର

ନିସ୍ତବ୍ଧ ଗଳି ର ଚିତ୍କାର

1 min
362



ଗ୍ରାମ୍ୟ ବସ୍ତି ଗହଳ ରେ

ଅବସ୍ଥିତ ଗାଳି ଟିଏ ରେ 

କାହିଁ କେଉଁ କାଳୁ ବିଜନ

ନିସ୍ତବଧ ଭାବରେ ।

ରହି ଆସି ଅଛି ଆଜି ସେ

ବନ ତୋଟା ମାଳ ରେ

ଲମ୍ବି ଯାଇ ଥାଏ ସୁଦୂର

ନଈ ପଠା ଦିଗରେ ।

ଗ୍ରାମ ଶମସାନ ରହିଛି 

ଏହି ଗଳି ର ମଧ୍ୟକୁ

ଏଇ ପଥ ଦେଇ ନିଅନ୍ତି

ଗ୍ରାମ ଶବ ଗୁଡିକୁ ।

ଶବ ଶୋଭା ଯାତ୍ରା ସମୟେ

ହୁଅଇ କୋଳାହଳ

ଅନ୍ୟ ସବୁ ବେଳେ ଏମିତି

ନିସ୍ତବଧ ଓ ସ୍ଥିର ।

ଭୂତ , ପ୍ରେତ, ଆଉ ପିଶାଚ 

ଡାହାଣୀ ବେତାଳ ରେ

ମୁଖରିତ ହୋଇ ସେ ନିତି

ଭୀତି ସଞ୍ଚାର କରେ

ବିକଟ କାନ୍ଦଣା ଚିତ୍କାର ।

ଶୁଭେ ତୋଟା ଗହଳେ

ସେହି ପଥେ କେହି ନାଜ।ନ୍ତି 

ଭୁଲରେ କେବେ ହେଲେ ।

କିନ୍ତୁ ଦିନେ ଆମେ ରାତିରେ 

ଦେଖିଲୁ ପ୍ରତ୍ୟକ୍ଷ ରେ

ରୋମାଞ୍ଚକ ଦୃଶ୍ୟ ସେ ଠାରେ

ନିତି ଚିତ୍ତ ଶିହରେ ।

ଭୁତ, ପ୍ରେତ, ଙ୍କର ଲୀଳା ସେ

ଆହା କି ଭୟ ଙ୍କର

ଅଭୁଲା ଅତୀତ ମୁହୁର୍ତ୍ତ

ଥିଲା ଯେ ଭୟ ଙ୍କର ।


Rate this content
Log in

Similar oriya poem from Abstract