ଭୁତ ଉତ୍ପାତ
ଭୁତ ଉତ୍ପାତ
ନିଶା ଖାଇ ଦିନେ ସନ୍ଧ୍ୟା ସମୟରେ
ମଦୁଆ ମାନଙ୍କ ସହିତ ଆଡ୍ଡା ରେ ।
କଥା ହେଉଥିବା ବେଳେ ସେ ଅନେକ
କହୁ ଥିଲେ ଭୁତ ଛଡାଇବା ଗପ ।
କାହାଣୀ ଆଦି ରେ କେଉଁ ପରି
ବେଶ ବାସ ଗୁଣ କି ପରି ତାହାରି ।
କହୁ କହୁ ତହିଁ କଲେ ଅଭିନୟ
ଉପୁଜାଇଲେ ସେ ତହିଁ ମହା ଭୟ ।
ଭସ୍ ଭସ୍ କରି ଜଣେ ବାନ୍ତି କଲା
ବିଚାରି ସତେ ଭୁତ କି ଲାଗିଲା ।
ଚାହୁଁ ଚାହୁଁ ର।ଗେ ଟେକି ଠେଙ୍ଗା ବାଡି
ପିଟା ପିଟି ହୋଇ ହେଲେ ଲଢା ଲଢି ।
କ୍ରମେ କ୍ରମେ ଦ୍ରୁତ ଉତ୍ପାତ କ୍ରମଶଃ
ବଢି ଜନ ମନେ ଜନ୍ମାଇଲା କମ୍ପ ।
କାହାର ଫାଟିଲା ମୁଣ୍ଡ ଭାଙ୍ଗିଲା ହାଡ
ଲୋକ ବାକ ଆସି ହୋଇ ଗଲା ଭିଡ ।
କାହାର କହୁଣି ଭାଙ୍ଗି ଦୁଇ ଫ।ଳ
ଦଳା ଚକଟାରେ ଅନେକ ଅକାଳ ।
ମୃତ୍ୟୁ ଲୀଳା ନୃତ୍ୟ ବିକଟ ଚିତ୍କାର
ଦେଖଣା ହ।ରିଙ୍କ ମରମେ ଶିତ୍କାର ।
ଲାଗି ଘନ ଘନ ବଢିଲା ସଂଗ୍ରାମ
ସତେ କିବା ଭୁତ ଲୀଳା ହୁଏ ଭ୍ରମ ।
ଏ ଘଟଣା ଆହା କି ରୋମାଞ୍ଚ ଭରା
ମନେ ପଡ଼ି ପ୍ରାଣେ ସୃଜେ ଦୁଃଖ ଧାରା ।
କେଡେ ଭୟଙ୍କର ଦୃଶ୍ୟ ଦେଖିବାକୁ
ମିଳିଥିଲା ଦିନେ ସିନା ଦେଖିବାକୁ ।

