Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Horror Classics

4  

Satyanarayan Sahoo

Abstract Horror Classics

ପ୍ରେତ ଘରର ରହସ୍ୟ

ପ୍ରେତ ଘରର ରହସ୍ୟ

1 min
318


ଅଗନା ଅଗନି ବନସ୍ତ ମଧ୍ୟରେ

ଅବସ୍ଥିତ ପରିବେଶ

ଆଜି ଯାହା ହୋଇ ଯାଇଛି ନିଶୁନ୍ 

ଦୁଇ ଚାରି ଟି ବରଷ ।


ଆଗରୁ ଅନେକ କୋଳାହଳ ପୂର୍ଣ୍ଣ 

ଚଳ ଚଞ୍ଚଳ ଅଞ୍ଚଳ

ଭାବରେ ପ୍ରସିଦ୍ଧ ଥିଲା ସେଇ ଏବେ 

ବୁଦା ଗୁଳ୍ମ ଆଚ୍ଛାଦିତ ।


କାଳ ର କଟକ୍ଷେ ଗ୍ରାମ ପରିବେଶେ 

ଘୋଟେ ସେ ଅଜବ ଲୀଳା

ଭୂତ ପ୍ରେତ ମାନେ ସବାର ହେବାର

ଖବରର ଛୁଟେ ଧାରା ।


ପ୍ରେତ ଘର ପାଇଁ ଗାଆଁକୁ ଫେରିବା 

ବେଳକୁ ଅନ୍ଧାର ରାତି

ସେ ଗାଁଆର ପ୍ରତି ଘରେ ଦିପ ମିଞ୍ଜି 

ମିଞ୍ଜି ହୋଇ ଜଳୁ ଥାଇ ।


ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ 

ଆସୁଛି ବହୁ ଦିନରୁ

ଯେ ଦେଖଇ ସେଇ ଦୀପ ଜଳି ବାରେ 

ବର୍ତ୍ତି ନ ଥାଏ ସେଠାରୁ ।


କୁଟା ନଡ଼ା ର ଓ କି ଛପର ଘର 

ସବୁଠି ଦିନେ ଅନ୍ଧାର

ମାତ୍ର ସନ୍ଧ୍ୟା ବେଳେ ଠାକୁରାଣୀ ବିଜେ 

କରନ୍ତି ସେଇ ଗ୍ରାମର ।


ଦୀପ ଦପ ଦପ୍ ହେଉ ଥାଏ ସଦା 

ସାରା ରାତି ଯାଏଁ ସେଠି

ଲାଗି ରହି ଥାଏ ଭୂତ ପେତ ଆଉ 

ପିଶାଚ ଙ୍କର ରାଜୁତି ।


ଘରର କାନ୍ଥ ରେ ଅଙ୍ଗାର ଗାରରେ  

ବିକଟ ଭୀଷଣ ଚିତ୍ର

ଅଙ୍କା ଯାଇଥିବା ବିଷୟ ଯେ ପୁଣି 

ଅଟଇ ବଡ ଅଦ୍ଭୁତ ।


କିଳିକିଳା ନାଦ କରି ବହୁ କାଳେ 

ଭୂତ ପିଶାଚ ଡାହାଣୀ

ମଦୁଆ ରାତିରେ ଆଡ୍ଡା ଜମାଇବା

ଲୋକ ବାଣୀ ଆଦି ଶୁଣି ।


ପାଣି ହୋଇ ଯାଏ ପିଲେହି ଲୋକଙ୍କ 

ପ୍ରାଣ ହରାଇବା କଥା

ବହୁତ ପୁରୁଣା କାଳ ରେ ସେଠାରେ 

ରହୁ ଥିଲେ ବାବା ମାତା ।


ପରି ଯେ ଅନେକ ଲୋକ କଥା ସବୁ 

ଜନ୍ମାଏ ଭୀଷଣ ଭୀତି

ଦୂରରୁ ଜୁହାର କରିଥିଲେ ଜନେ 

ସେଘରକୁ ନିତି ନିତି ।


Rate this content
Log in

Similar oriya poem from Abstract