STORYMIRROR

LALIT MOHAN DASH

Comedy Horror Romance

4  

LALIT MOHAN DASH

Comedy Horror Romance

ମାଆଙ୍କର ଧରାବତରଣ

ମାଆଙ୍କର ଧରାବତରଣ

1 min
366


ଗାଆଁରୁ ସହର ଉତ୍ସବ ମୁଖର

              ଶାରଦୀୟ ଦୁର୍ଗାପୂଜା

ସରଗୁ ଓହ୍ଲାଇ ଆସିଛନ୍ତି ଆଜି

             ମର୍ତ୍ତ୍ୟପୁର ଦଶଭୁଜା ।


ବିବିଧ ତୋରଣ ଅଟ୍ଟାଳିକାମାନ

             ଦିଶେ କେଡେ ମନୋହର

ସଜ୍ଜିତ ମଣ୍ତପେ ବିଜେ ମାଆ ଦୁର୍ଗା

             ସତେ ବା ବୈକୁଣ୍ଠପୁର।


ମୁହୂର୍ମୁହୁଃ ଶୁଭେ ଦେବୀ ଆରାଧନା

             ପୂଜା ମନ୍ତ୍ର ଉଚ୍ଚାରଣ

ଘଣ୍ଟ ଘଣ୍ଟା ଶଙ୍ଖ ଧ୍ବନିରେ କମ୍ପିତ

            ସାରା ଗଗନ ପବନ।


ଶକ୍ତି ସ୍ବରୂପିଣୀ ଦୁର୍ଗତିନାଶିନୀ

            ଭବାନୀ ସିଂହବାହିନୀ

ମହିଷାସୁରକୁ ସଂହାରଣ କରି

            ତୁମେ ମହିଷାମର୍ଦ୍ଦିନୀ ।


ସଂସାରକୁ ଆଜି ଗ୍ରାସକରିଲାଣି

           ଦୁର୍ନିତି ଓ ଭ୍ରଷ୍ଟାଚାର

ଦୁଷ୍ଟ ଦୁରାଚାରୀ ଚଣ୍ତ ମୁଣ୍ତକୁ ମା

           ସମୂଳେ ବିନାଶ କର ।


ଗର୍ବ,ଅହଂକାର,କ୍ରୋଧ,ଘୃଣା,ଦ୍ବେଷ

           ହିଁସା,ଲୋଭ,ସ୍ବାର୍ଥପର

ମଣିଷ ହୃଦରୁ ଏସବୁ ଦୁର୍ଗୁଣ

          କରିଦିଅ ପରିହାର ।


ସକଳ ପରାଣେ ଭରିଦିଅ ମାଆ

          ପ୍ରେମର ଅମୃତଧାରା

ତୁମରି ଆଶୀଷେ ସୁଖ ଶାନ୍ତି ପ୍ରୀତି

          ବିରାଜୁ ସଂସାରସାରା ।


Rate this content
Log in

Similar oriya poem from Comedy