ବାଘା ଯତୀନ
ବାଘା ଯତୀନ
ଉମେଶ ଚନ୍ଦ୍ର ଚାଟାର୍ଜୀଙ୍କର ପୁତ୍ର
ଆହେ ଯତୀନ ମୂର୍ଖାଜୀ
ବାଲ୍ୟ ଜୀବନରେ ଯତୀନ ନାମରେ
ଖ୍ୟାତି ତୁମେ ଥିଲ ଅର୍ଜି ।
ଶରଗ ଶଶୀଙ୍କ ଅଙ୍କରେ ଶଶାଙ୍କ
ପରା ଏ ଲାଭିଲ ବୃଦ୍ଧି
ପିତୃ ମାତୃ ସ୍ନେହ କି ଆନନ୍ଦ ମୟ
ସାଙ୍ଗ ସାଥି ମେଳେ ବୁଦ୍ଧି ।
ଶିଖିଲ ବହୁତ ସ୍ବଦେଶ ଦୁଃଖିତ
ଜନତା କଷଣ ଲୋପ
କରିବା ପାଇଁ କି ସୁସାହସେ ଝାସି
ସରକାରର ହୃଦ କମ୍ପ ।
ଉପୁଯାଇ ନିତି ସଂଗ୍ରାମରେ ବ୍ରତୀ
ରହିଥିଲ ନିତି ନିତି
ହେ ଵାଘା ଯତୀନ ଆଶ୍ରେସବୁ ତୁମ
ସୁଗୁଣ ଥିଲା ଯେ ଫୁଟି ।
କିନ୍ତୁ ଦିନେ ଥରେ ଯାଇ ଜଙ୍ଗଲ ରେ
ପଡିଲ ବ୍ୟାଘ୍ର ହବୁଡେ
ଅସ୍ତ୍ର ଶସ୍ତ୍ର କିବା ତୁମ୍ଭର ପ୍ରତିଭା
ନ ଥିଲା କିଛି ସେ ବେଳେ ।
କ୍ଷୁଦ୍ର ଛୁରିକାଟେ ରହିଥାଏ ସାଥେ
ସବୁ ବେଳେ ନିରନ୍ତରେ
ଭୋକିଲା ବାଘର ପାଖରୁ ନିସ୍ତାର
ଲଭିଲ ତାହା ବଳରେ ।
ଧରିଲ ତା କରେ କ୍ଷୁଦ୍ର ଛୁରିକାରେ
ବାଘର ସାଥେ ଏକାକୀ
ଲଢି ହତ କରି ସାହସକୁ ଧରି
କାଳକୁ ରଖିଲ ସାକ୍ଷୀ ।
ସେବେଠୁ ପ୍ରସିଦ୍ଧି ଲଭି ନିରବଧି
ବାଘା ଯତୀନ ନାମରେ
ଅଭିହିତ ହେଲ ସୁଖ୍ୟାତି ଅର୍ଜିଲ
ସ୍ବାଧୀନତା ସଂଗ୍ରାମରେ ।
ଝାସ ଦେଇ ପୁଣ ସହିଲ କଷଣ
କଲ ଯେତେ ଆନ୍ଦୋଳନ
ଅନନ୍ୟ ପ୍ରତିଭା , ତେଜ, ବଳ , ବିଭା
ସୁନିପୁଣ ବିଚକ୍ଷଣ ।
ଗୁଣ କର୍ମ ସାଧି ଲଭି କେତେ ସିଦ୍ଧି
ଲଢିଥିଲ ଦିନ ରାତି
ବ୍ରିଟିଶ ଶାସନ ଗୁଇନ୍ଦା ଘେନିଣ
କଲା ବହୁ ରଣ ନିତି ।
କାପ୍ତିପଦା ଘଞ୍ଚ ପାର୍ବତ୍ୟାଞ୍ଚଳରେ
ବହୁ ସଂଗ୍ରାମୀ ଘେନିଣ
ଭୀଷଣ ସଂଗ୍ରାମ ବିରାଚି ସୁନାମ
ଅରଜିଲ ହେ ଯତୀନ ।
ସାହସ ଶକତି ଉତ୍ସାହ ଜାଗୃତି
ଏକାଧାରେ ସଦା ଠୁଳ
ତୁମରି ଚରିତ୍ର ବଳିଦାନ ଚିତ୍ର
ରାଜେ ସଦା ଉର୍ଜସ୍ୱଳ ।
ଫିରିଙ୍ଗି ଶାସକ ଆଉ ଚିକିତ୍ସକ
ତୁମ୍ଭେ ଚକିତ କରିଲ
ଚିକିତ୍ସା ଶଯ୍ୟାରେ ତୀବ୍ର ବୀରତ୍ୱରେ
ଆହତ କ୍ଷତ ଖୋଲିଲ ।
ହୋଇଲ ଲୁହାଣ ଲହୁର ପ୍ଲାବନ
ଛୁଟାଇ ସେ ସବୁ ଛିନ୍ନ
କରି ସଂଗ୍ରାମରେ ଅଗ୍ରସର ଖରେ
ହୋଇଣ ଥିଲ ଯେ ଦିନ ।
ତୁମରି ବୀରତ୍ଵ ପ୍ରଗାଢ଼ ପ୍ରେରଣା
ସଞ୍ଚାରେ ସବୁରି ପ୍ରାଣେ
ଦେଶ ପ୍ରେମ ବହ୍ନି ପ୍ରଜ୍ଜ୍ଵଳିତ କରି
ରତ ନିତି ଉତ୍ପ୍ରେରଣେ ।