STORYMIRROR

Dr. Rajib Lochan Panigrahy

Horror

3  

Dr. Rajib Lochan Panigrahy

Horror

ହରର

ହରର

1 min
164

ହରର ଏକ ଇଂରାଜୀ ଶବ୍ଦ

ଏହାର ଅର୍ଥ ଭୟଙ୍କର 

ଯାର ଶବ୍ଦ ଶୁଣିଲେ

ମଣିଷ ହୋଇଯିବ ସ୍ତବ୍ଧ 

ଖେଳିଯିବ ଶିହରଣ

ତୁରନ୍ତ ସାରା ଦେହ 

ଟିକିଏ ଡରୁଆ ମଣିଷ

ହେଳେ ମୁର୍ଚ୍ଛା ଯିବ |


ହରର କହିଲେ

ଖାଲି ସିନେମା ବୁଝାଏ

ପିଲାଠୁ ବୁଢ଼ା ଅନେକ

ଦେଖିବାକୁ କରନ୍ତି ପସନ୍ଦ

ଦେଖନ୍ତି ନିଶ୍ଚୟ

ରାତିରେ ଶୋଇକି

ବିଳିବିଳାନ୍ତି ପିଲାଏଁ ଅନେକ |


ଅନ୍ଧାର ଦେଖିଲେ

ହୁଅନ୍ତି ଛାନିଆ

ତଥାପି ଛାଡ଼ନ୍ତିନି ଦେଖବା 

ଏବେ ଆଉ ସେସବୁ

କାହାକୁ ନାହିଁ ଅଜଣା

କେମିତି ହୁଏ ହରର ସିନେମା 

ସବୁ ଖାଲି ବେଶ ଭୁଷା

ମ୍ୟୁଜିକ ଆଲୁଅର ପାଟୁଆର |


ଏବେ ହରର ହେଉଛି

ସମାଜରେ ଅବିଶ୍ୱାସ

ଗୁଣ୍ଡା ହୁଣ୍ଡା କୁଜିନେତା

ରାଜନେତାଙ୍କ କାରୁକାର୍ଯ୍ୟ 

ଘରେ ଘରେ ସାହି ପଡିଶାରେ

ନାହିଁ ଆଉ ପରସ୍ପର

ହାତକୁ ହାତ ମିଶା ସମ୍ପର୍କ 

ଏବେ ଖାଲି ଛନ୍ଦ କପଟ

ଜଣା ନାହିଁ କେବେ କିଏ

କାହା ଚୋଟରେ

ହୋଇଯିବ ସହିଦ |


ଭୂତ ପ୍ରେତ ଆଉ ନାହିଁ

କରିବାକୁ ହରର 

ଏବେ ମଣିଷ ପାଲଟିଛି ଭୂତ

ଭୟଙ୍କର ହୋଇଛି ସମାଜ

ଏବେ ମଣିଷ ବୁଝିଲାଣି

ହରରର ପ୍ରକୃତ ଅର୍ଥ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror