ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
ପିଲାଦିନେ ନିତି ଶୁଣୁଥିଲି ଗପ ଲାଗୁଥିଲା ସତ ପରି
ବୁଢ଼ୀ ଅସୁରୁଣୀ,ଭୁତପ୍ରେତ ସଙ୍ଗେ କେତେ ରାଜା,ରାଣୀ, ପରୀ ।
ଭୂତ ଗପ ଶୁଣି ଲାଗୁଥିଲା ଡର ଭାବି ଭାବି ତା'ର କଥା
ଧଳା ଲୁଗା ସଙ୍ଗେ ମୁକୁଳା କେଶକୁ ଦେଖି ଘୁରୁଥିଲା ମଥା ।
ସତେକି ଭୂତଟି ଉଭା ହୋଇଅଛି ଆମର ଦାଣ୍ଡ ଦୁଆରେ
ମାଆ ମାଆ ବୋଲି ବିକଳେ ଡାକି ମୁଁ ପଣତ ତା' ଭିଡ଼ିଧରେ ।
କେତେ ସରାଗରେ କହୁଥଲା ମାଆ ଏଡିକି ଡରୁଆ ତୁହି
ଏମିତି ହେଲେ ତୁ ଏଇ ସଂସାରରେ କେମିତି ପାରିବୁ ରହି?
ଭୂତ ଫୁତ କିଛି ନାହିଁ ଏ ଜଗତେ, ଆମ କର୍ମଭୂମି ଏତ
ଯୁଆଡେ ଚାହିଁବୁ ଦିଶିଯିବ ତୋତେ ଜଗନ୍ନାଥଙ୍କର ନେତ ।
ଅଭୟ ଦିଅନ୍ତି କାଳିଆ ସାଆନ୍ତ ସିଏ ପରା ଆମ ସାହା
ପତିତ ପାବନ ବାନା ଉଡୁଅଛି ମନରେ ନିରେଖି ଚାହାଁ ।