Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biren Kumar Behera

Horror

3  

Biren Kumar Behera

Horror

ଆତ୍ମା ନିଏ ପ୍ରତିଶୋଧ

ଆତ୍ମା ନିଏ ପ୍ରତିଶୋଧ

1 min
420


ସଭିଙ୍କର କିଛି ରହିଥାଏ ଆଶା,

ମରତରେ ଦେହ ବହି ।

ସେ ଆଶା ସବୁକୁ ପୂର୍ଣ୍ଣ କରିବାକୁ,

ମନ ସଦା ଚାହୁଁଥାଇ ।।

କେହି ଯଦି ସାଜେ ଆତ୍ମାର ବଇରି,

ଆଶା ରହିଯାଏ ଅଧା ।

ଏ ଆତ୍ମା ଖୋଜଇ ସେହି ବଇରିକୁ,

ତା ଜୀବେ ଦେବାକୁ ବାଧା ।।

ଛାଇ ହୋଇ ବୁଲେ ଅତୃପ୍ତ ଆତ୍ମାଟା,

ବଇରିର କରେ ନାଶ ।

ଅନ୍ୟ ଶରୀରରେ ପ୍ରବେଶ କରିକି,

ବଇରିର କରେ ଶେଷ ।।

ଜଳେ ସ୍ଥଳେ ବନେ ଯେଉଁଠି ଲୁଚିଲେ,

ଖୋଜି ପାଏ ଅଶରୀର ।

ତା ମନସ୍କାମନା କରଇ ପୂରଣ,

ବଇରିକୁ ଦିଏ ମାରି ।।

କାହା ଆତ୍ମା ସହ ଖେଳନାହିଁ କେବେ,

ଆଉ ବି ନକର ଯୁଦ୍ଧ ।

କଥାଟିଏ ସଦା ରଖିଥାଅ ମନେ,

ଆତ୍ମା ନିଏ ପ୍ରତିଶୋଧ ।।



Rate this content
Log in

Similar oriya poem from Horror