Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biren Kumar Behera

Others

3  

Biren Kumar Behera

Others

ପାର୍ଥକ୍ୟ

ପାର୍ଥକ୍ୟ

1 min
318


ଶିଳ୍ପପତି ଆଉ ଖେଳାଳି ଭିତରେ,

ପାର୍ଥକ୍ୟ ଖୋଜିବ ଯେବେ ।

ଦେଶ ପାଇଁ ଦୁହେଁ କରିଥାନ୍ତି କର୍ମ,

ଜଣାପଡିଯିବ ତେବେ ।।

ଜଣେ ଉତ୍ପାଦନ ବଢାଏ ଦେଶରେ,

ଉତ୍ପାଦ ଅଭାବ ହଟେ ।

ଆଉ ଜଣେ ରଚେ ଖେଳରେ ସୁନାମ,

ସର୍ବ ମୁଖେ ଖୁସି ବାଣ୍ଟେ ।।

ଶିତତାପ ନିୟନ୍ତ୍ରିତ କୋଠରୀରେ,

କର୍ମ କରେ ଜଣେ ବସି ।

ଝାଳ ବୁହାଇକି ଖେଳେ ଆଉ ଜଣେ,

ନଭ ତଳେ ହସିହସି ।।

ଖେଳାଳିଟି କେବେ ବିଜ୍ଞାପନ ପାଇଁ,

ଖୋଜେନି ଶିଳ୍ପପତିଙ୍କୁ ।

ଶିଳ୍ପପତି କିନ୍ତୁ ଖେଳାଳି ମାଧ୍ୟମେ,

ବିକିଥାଏ ଉତ୍ପାଦକୁ ।।

ଖେଳାଳିଟି କିନ୍ତୁ ଖେଳ ମାଧ୍ୟମରେ,

ମନୋରଞ୍ଜନ ହିଁ ଦିଏ ।

ରୋଜଗାର ଦେଇ ଶିଳ୍ପପତି ଜଣେ,

ବେକାରୀ ହଟାଇଥାଏ ।।



Rate this content
Log in