STORYMIRROR

Biren Kumar Behera

Others

3  

Biren Kumar Behera

Others

ଶିକ୍ଷାର ଓଜନ ଭାରି

ଶିକ୍ଷାର ଓଜନ ଭାରି

1 min
245

ଶିକ୍ଷା ହିଁ ସମାଜେ ଖେଳାଏ ଆଲୋକ,

ଅନ୍ଧକାର କରେ ଦୂର

ଅନ୍ଧବିଶ୍ୱାସକୁ ଦୂର କରେ ଶିକ୍ଷା,

ଦୂରକରେ କୁସଂସ୍କାର ।।


ଶିକ୍ଷା ପାଇଁ ହୁଏ ଜାତିର ପ୍ରଗତି,

ଦାରିଦ୍ର୍ଯ ହଟାଏ ଶିକ୍ଷା

ଶିକ୍ଷା ଆଣିଥାଏ ପରିବର୍ତ୍ତନ,

ସମାଜକୁ କରେ ରକ୍ଷା ।।


ଶିକ୍ଷା ହିଁ ମନରେ ଭରିଦିଏ ଜ୍ଞାନ,

ଶିକ୍ଷା ପାଇଁ ସର୍ବେ ଜାଗ

ଧନ ସମ୍ପତ୍ତିରୁ ଭାଗ ନିଏ ଭାଇ,

ଶିକ୍ଷାରୁ ନ ନିଏ ଭାଗ ।।


ଶିକ୍ଷା ନ ଅର୍ଜିଲେ ଏଇ ଜୀବନର,

ମୂଲ୍ୟ ନ ରହିବ କିଛି

ଶିକ୍ଷା ଦେଇଥାଏ ପଦ ଓ ମର୍ଯ୍ୟାଦା,

ଭଲ ଗୁଣ ବାଛିବାଛି ।।


ଧନ ଓ ଶିକ୍ଷାକୁ ତଉଲିବା ଯେବେ,

ଗୋଟେ ନିକିତୀରେ ଧରି

ଶିକ୍ଷା ଥିଲେ ଧନ ଆସିଥାଏ ତେଣୁ,

ଶିକ୍ଷାର ଓଜନ ଭାରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍