Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biren Kumar Behera

Others

2  

Biren Kumar Behera

Others

ଆମେ ସବୁ ଭାଇଭାଇ

ଆମେ ସବୁ ଭାଇଭାଇ

1 min
158


ଭାରତ ମାତାର ସନ୍ତାନ ଆମେ,

ଭାରତ ଆମର ମାଆ ।

ବାନ୍ଧିହେବା ଆମେ ଏକତା ସୁତ୍ରରେ,

ରଖିବା ତା'ର ନାଆଁ ।।


ଆମ ଜାତି ଧର୍ମ ସବୁତ ଗୋଟିଏ,

ଆମେ ତ ଭାରତବାସୀ ।

ପୂଜା ପର୍ବ ଆମେ ପାଳିବା ଏକାଠି,

ଆନନ୍ଦରେ ମିଳିମିଶି ।।


ଏମିତି ପତାକା ଗଢିଦେବା ଆମେ,

ଥିବ ସବୁ ଧର୍ମ ଚିହ୍ନ ।

ମା'ର ପଣତେ ସମସ୍ତେ ଆଶ୍ରିତ,

ମା' ବୁଝେ ସର୍ବ ମନ ।।


ଏକାଠି ରହିଲେ କୌଣସି ଶକ୍ତି ବି,

ନ ଯିବ ଆମଠୁ ଜିତି ।

ଏକତା ହିଁ ବଳ ଏକତା ଆଣଇ,

ସର୍ବ ଧର୍ମେ ସ୍ନେହ ପ୍ରୀତି ।।


ଧର୍ମନିରପେକ୍ଷ ନୀତି ପାଳୁ ଆମେ,

ଏକତା ପଥେ ଆଗେଇ ।

ସମସ୍ତ ଧର୍ମର ସମନ୍ବୟ ଏଠି,

ଆମେ ସବୁ ଭାଇଭାଇ ।।



Rate this content
Log in