Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biren Kumar Behera

Others

3  

Biren Kumar Behera

Others

ଖାଲରେ ପଡଇ ଲୋଭି

ଖାଲରେ ପଡଇ ଲୋଭି

1 min
165


ସମାଜରେ କିଛି ରହିଥାନ୍ତି ଲୋଭି,

କରନ୍ତି ଅଧିକ ଆଶା ।

ଅନ୍ୟର ଧନକୁ ହାତେଇବା ପାଇଁ,

ଲାଗିଥାଏ ତାଙ୍କ ନିଶା ।।

ନିଜ ଧନରେ ସେ ନୁହଁନ୍ତି ସନ୍ତୋଷ,

ଲୋଭ ଗ୍ରାସିଥାଏ ତାଙ୍କୁ ।

ଲୋଭାଶକ୍ତ ହୋଇ ହୁଡିଥାନ୍ତି ପଥ,

ନ ବୁଝନ୍ତି ସମ୍ପର୍କକୁ ।।

ସେଇ ଲୋଭ ଦିନେ ଗ୍ରାସ କରିଦବ,

ଭୁଲିଯିବ ଭାଇ ବନ୍ଧୁ ।

ଲୋଭ ଇଶାରାରେ ପାଉଥିବ ଦୁଃଖ,

ଦିନ ଯିବ କାନ୍ଦୁକାନ୍ଦୁ ।।

ଅଳପରେ ଯିଏ ଲଭଇ ସନ୍ତୋଷ,

ଲୋଭକୁ ମନରୁ ତେଜି ।

ସାରା ଜୀବନ ସେ ଲଭିଥାଏ ସୁଖ,

ଜିତୁଥାଏ ସବୁ ବାଜି ।।

ସଫଳ ଜୀବନ ବିତାଇବା ପାଇଁ,

ଏହା ହିଁ ପ୍ରକୃତ ଚାବି ।

ଲୋଭକରିକରି ଅବାଟରେ ଯାଏ,

ଖାଲରେ ପଡଇ ଲୋଭି ।।



Rate this content
Log in