Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biren Kumar Behera

Inspirational

3  

Biren Kumar Behera

Inspirational

ଆରମ୍ଭିଲା ମହାଯୁଦ୍ଧ

ଆରମ୍ଭିଲା ମହାଯୁଦ୍ଧ

1 min
162


ଇଂଲଣ୍ଡ,ୱେଲ୍ସ ହୋଇଲେ ପ୍ରସ୍ତୁତ,

ବିଶ୍ୱକପ୍ ଆୟୋଜନେ ।

କେତେକେତେ ରଥୀ ହେବେ ସେଠି ଉଭା,

କ୍ରିକେଟ୍ ର ମଇଦାନେ ।।

ଇଂଲଣ୍ଡ ଆଉ ଦକ୍ଷିଣ ଆଫ୍ରିକା,

ଆଜି ଯେ ହୋଇବେ ଭେଟ ।

ଜୁଲାଇ ଚଉଦେ ଶେଷହେବ ଜାଣ,

କ୍ରିକେଟ୍ ର ଏହି ନାଟ ।।

ଆମ ଖେଳାଳିଙ୍କୁ ଉତ୍ସାହିତ ପାଇଁ,

ଯାଇଛନ୍ତି ଭାରତୀୟ ।

କରତାଳି ସହ ତ୍ରିରଙ୍ଗା ଉଡେଇ,

କରିବାକୁ ଜୟ ଜୟ ।।

ବିଶ୍ୱ କ୍ରିକେଟରେ ଭାରତର ସ୍ଥିତି,

ରହିଅଛି ଯେ ସ୍ୱତନ୍ତ୍ର ।

ଆମେ ହିଁ ପିନ୍ଧିବୁ ବିଜୟର ଟୀକା,

ଦେଖିବ ସଭିଙ୍କ ନେତ୍ର ।।

ଆମ ସୈନ୍ୟଗଣ ବିପକ୍ଷ ସୈନ୍ୟଙ୍କ,

ନିଶ୍ଚେ ହଜେଇବେ ନିଦ ।

କ୍ରିକେଟପ୍ରେମୀଙ୍କ ମନରେ ଉତ୍କଣ୍ଠା,

ଆରମ୍ଭିଲା ମହାଯୁଦ୍ଧ ।।



Rate this content
Log in

Similar oriya poem from Inspirational